ଅଙ୍ଗଦାନ ପାଇଁ ମିଳିଲା ସମ୍ମାନ

0 67

୩ ମହିଳାଙ୍କୁ ସୁରଜ ସମ୍ମାନ ଦେଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ୧୩/୮: ଅଙ୍ଗଦାନ କରି ମାନବିକତାର ବିରଳ ଉଦାହରଣ ସୃଷ୍ଟି କରିଥିବା ଗଞ୍ଜାମର ସୂରଜଙ୍କ ନାଁରେ ସୁରଜ ସମ୍ମାନ ପୁରସ୍କାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ଆଜି ମୁଖ୍ୟମନ୍ତ୍ରୀ ୩ ଜଣ ମହିଳାଙ୍କୁ ମରଣୋତ୍ତର ସୂରଜ ସମ୍ମାନ ପ୍ରଦାନ କରିଛନ୍ତି ।

ବ୍ରହ୍ମପୁରର ପ୍ରିୟଙ୍କା ପାତ୍ର, ଭୁବନେଶ୍ବରର ସୁଚିତ୍ରା ଦାସ ଓ ପୁରୀର ରାଜଲକ୍ଷ୍ମି ଦାସଙ୍କୁ ମରୋଣତ୍ତର ସୁରଜ ସମ୍ମାନ ଦିଆଯାଇଛି । ଆଜି ବିଶ୍ବ ଅଙ୍ଗଦାନ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଭିଡିଓ କନଫରେନସିଙ୍ଗ ଜରିଆରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଗଞ୍ଜାମର ସୁରଜ ବେହେରା ସୁରତର ଏକ ସୂତା କାରଖାନାରେ କାମ କରୁଥିଲେ ।

ସେ ଏକ ଦୁର୍ଘଟଣାର ଶିକାର ହୋଇ ବ୍ରେନ ଡେଡ୍ ଅବସ୍ଥାକୁ ଚାଲିଯାଇଥିଲେ । ଏହା ଦେଖି ସୁରଜଙ୍କ ପରିବାର ଲୋକେ ତାଙ୍କ ଆଖି, କିଡନୀ, ଲିଭର ଦେଇ ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇଥିଲେ । ଏହା ଏକ ବିରଳ ଉଦାହରଣ ସୃଷ୍ଟି କରିଥିଲା । ତାଙ୍କ ସ୍ମୃତିରେ ଏଭଳି ଏକ ମହତ ଉଦେଶ୍ୟର ପ୍ରଚାର ପ୍ରସାର ପାଇଁ ସୁରଜ ସମ୍ମାନ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

Leave A Reply

Your email address will not be published.