ଇସ୍ରାଏଲ ଓ ୟୁଏଇ ମଧ୍ୟରେ ଐତିହାସିକ ଶାନ୍ତି ବୁଝାମଣା, ଡୋନାଲ୍ଡ ଟ୍ରମ୍ପ କଲେ ମଧ୍ୟସ୍ଥତା

ତେଲ ଅବିବ ୧୩।୦୮: ଇସ୍ରାଏଲ ଓ ୟୁଏଇ ଅନେକ ବର୍ଷ ଧରି ଚାଲି ଆସିଥିବା ଶତ୍ରୁତାକୁ ଭୁଲି ଐତିହାସିକ ଶାନ୍ତି ରାଜିନାମାରେ ହସ୍ତାକ୍ଷର କରିଛନ୍ତି। ଏହି ରାଜିନାମାକୁ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚାଇବାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇଛନ୍ତି। ଏହି ରାଜିନାମା ପରେ ୟୁଏଇ ଓ ଇସ୍ରାଏଲ ମଧ୍ୟରେ କୂଟନୈତିଜ୍ଞ ସମ୍ବନ୍ଧ ନୂତନ ଭାବେ ଆରମ୍ଭ ହେବାକୁ ଯାଉଛି।

ଏହି ଶାନ୍ତି ବୁଝାମଣା ପରେ ୟୁଏଇ ଆରବ ଦେଶରେ ଏମିତି ପ୍ରଥମ ଦେଶ ହୋଇଛି ଯିଏ ଇସ୍ରାଏଲ ସହିତ ରାଜନୈତିକ ସମ୍ବନ୍ଧ ସ୍ଥାପନ କରିଛି।  ହ୍ଵାଇଟ୍ ହାଉସ୍ ପକ୍ଷରୁ ସୂଚନା ଦିଆଯାଇଛି ଯେ ଏହି ବୁଝାମଣା କାରଣରୁ ଇସ୍ରାଏଲ ଓ୍ଵେଷ୍ଟ ବ୍ୟାଙ୍କ ଅଞ୍ଚଳରେ କବ୍‌ଜା କରିବା ଯୋଜନାକୁ ବାତିଲ କରିଛି। କୁହାଯାଉଛି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ, ଆବୁଧାବିର କ୍ରାଉନ ପ୍ରିନ୍ସ ଶେଖ ମହମ୍ମଦ ବିନ ଜାୟଦ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଗୁରୁବାର ଫୋନରେ ଆଲୋଚନା ପରେ ଏହି ରାଜିନାମାକୁ ମଞ୍ଜୁରୀ ଦିଆଯାଇଛି।

ବିଜ୍ଞପ୍ତିରେ କୁହାଯାଇଛି ଇସ୍ରାଏଲ ଓ ୟୁଏଇ ପ୍ରତିନିଧିମଣ୍ଡଳ ଆଗାମୀ ସପ୍ତାହରେ ନିବେଶ, ପର୍ଯ୍ୟଟନ, ସିଧାସଳଖ ଉଡାଣ, ସୁରକ୍ଷା, ଦୂରସଞ୍ଚାର ଓ ଅନ୍ୟପ୍ରସଙ୍ଗ ଉପରେ ଦ୍ଵିପାକ୍ଷିକ ରାଜିନାମା ଉପରେ ହସ୍ତାକ୍ଷର କରିବେ। ଦୁଇ ଦେଶ ଶୀଘ୍ର  ହିଁ ରାଷ୍ଟ୍ରଦୂତ ଓ ଦୂତାବାସର ଆଦାନ ପ୍ରଦାନ କରିବେ ବୋଲି ଆଶା କରାଯାଉଛି। ଏହା ବ୍ୟତୀତ ଦୁଇ ଦେଶ ଆବୁଧାବିରୁ ତେଲ ଅବିବ ପର୍ଯ୍ୟନ୍ତ ବିମାନ ସେବା ମଧ୍ୟ ଆରମ୍ଭ କରିବେ।

Leave a Reply

Your email address will not be published. Required fields are marked *