ରାଜ୍ୟରେ କରୋନାରେ ପୁଣି ୧୦ ଜଣଙ୍କ ପ୍ରାଣହାନୀ

0 74

ମୃତ୍ୟୁ ସଂଖ୍ୟା ୩୨୪ ଛୁଇଁଲା

ଭୁବନେଶ୍ବର: ଆଜି ରାଜ୍ୟରେ  ୧୯୭୭  ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୨୪କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଗଞ୍ଜାମ ଜିଲ୍ଳାରୁ ୪ ଜଣ, ପୁରୀ ଜିଲ୍ଲାରୁ ୩ ଜଣ, କଟକ ଜିଲ୍ଲାରୁ ଜଣେ, ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତଙ୍କର କରୋନାରେ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ସମସ୍ତ ୧୦ ଜଣ ପୁରୁଷ ଥିବା ଜଣାଯାଇଛି। ଗଞ୍ଜାମର ୪  ଜଣ ମୃତକ ପୁରୁଷଙ୍କ ବୟସ ଯଥାକ୍ରମେ ୬୦, ୬୫, ୭୦ ଓ ୭୫ ବର୍ଷ। ପୁରୀ ଜିଲ୍ଲାର ୩ ଜଣ ମୃତକଙ୍କ ବୟସ ୫୦,୫୨ ଓ ୭୨ ବର୍ଷ। କଟକରୁ ଯେଉଁ ସଂକ୍ରମିତ ପ୍ରାଣ ହରାଇଛନ୍ତି ତାଙ୍କ ବୟସ ହେଉଛି ୪୪, ସୁନ୍ଦରଗଡ଼ ଜିଲ୍ଲାରୁ ପ୍ରାଣହାନୀ ଘଟିଥିବା ବ୍ୟକ୍ତିଙ୍କ ବୟସ ୩୨ ଓ ସମ୍ବଲପୁର ଜିଲ୍ଲାର ମୃତକଙ୍କ ବୟସ ୫୨ ବର୍ଷ। ଉଲ୍ଲେଖଯାଗ୍ୟ, ଏବେ ରାଜ୍ୟରେ ମୋଟ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା  ୫୪,୬୩୦କୁ ବୃଦ୍ଧି ପାଇଛି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୨୪୧ ଓ ସ୍ଥାନୀୟ ଅଞ୍ଚଳରୁ ୭୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.