ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍ ଟୁର୍

0 70

ଭୁ ବନେଶ ୍ୱର : ସ୍ଥାନୀୟ ସିଆର୍ ପି ଛକସ୍ଥିତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗେ ବଷଣା ଏ ବଂ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଭୁ ବନେଶ ୍ୱର ପରିସରରେ ଥିବା ରାଜ୍ୟ ଜନଜାତି ସଂଗ୍ରହାଳୟ ଦର୍ଶକମାନଙ୍କ ନିମନ୍ତେ କରୋନା ପରିପ୍ରେକ୍ଷୀରେ ବନ୍ଦ ରହିଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ୫”ଟି’ ପଦକ୍ଷେପ ସ୍ୱରୂପ ଦର୍ଶକମାନଙ୍କ ପାଇଁ ଅନନ୍ୟ ଆଦିବାସୀ କଳା ବସ୍ତୁ, ହା ବିଟାଟ୍ ଓ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍ ପରିଦର୍ଶନ ନିମନ୍ତେ ବ୍ୟବସ୍ଥା କରାଯାଇଛି । ୧୯୫୨ ମସିହାରେ ପ୍ରତିଷ୍ଠା ହୋଇଥିବା ଓଡ଼ିଶା ରାଜ୍ୟ ଆଦି ବାସୀ ସଂଗ୍ରହାଳୟରେ ରାଜ୍ୟର ୬୨ଟି ଜନଜାତି ସଂପ୍ରଦାୟର ଜୀବନଶୈଳୀ ଓ ସଂସ୍କୃତିର ପ୍ରଦର୍ଶନ କରାଯାଉଛି । “ଟ୍ରାଇ ବାଲ୍ ମ୍ୟୁଜିୟମ୍’ ଭାବେ ଜଣାଶୁଣା ଏହି ମ୍ୟୁଜିୟମ୍କୁ “ମ୍ୟୁଜିୟମ୍ ଅଫ୍ ମ୍ୟାନ୍’ କୁହାଯାଇପାରିବ । ଏଥିରେ ବିଭିନ୍ନ ଜନଜାତି ସଂପ୍ରଦାୟର ଜୀବନଶୈଳୀ, ସଂସ୍କୃତି ଓ ଦୈନନ୍ଦିନ ବ୍ୟବହାର୍ଯ୍ୟ ବସ୍ତୁ ରଖାଯାଇଛି । ଭର୍ଚୁଆଲ୍ ଭାବେ ମ୍ୟୁଜିୟମ୍ ପରିଦର୍ଶନ କରିବାକୁ ଆଗ୍ରହୀ ବ୍ୟକ୍ତି ବିଶେଷ ଫେସ୍ ବୁକ୍ ଓ ଟୁଇଟର ପେଜ୍ ଖୋଲି ଦେଖି ପାରିବେ ।
ପ୍ରତ୍ୟେକ ସପ୍ତାହରେ ଦର୍ଶକମାନେ ଭିନ୍ନଭିନ୍ନ ଗ୍ୟାଲେରୀ ଓ ଜନଜାତି ବାସଗୃହ ପରିଦର୍ଶନ କରି ପାରିବେ । ଏହି ଭର୍ଚୁଆଲ୍ ଟୁର୍ ଅଗଷ୍ଟ ୨ ତାରିଖଠାରୁ ଆରମ୍ଭ ହୋଇଛି । ଏହା ୧୪ ସପ୍ତାହ ବ୍ୟାପି ·ଲିବ । ଆଉ ମଧ୍ୟ ଦର୍ଶକମାନେ ପ୍ରତ୍ୟେକ ସପ୍ତାହରେ ଜନଜାତିଙ୍କ ଜୀବନଶୈଳୀର ବିଭିନ୍ନ ଦିଗ ଉପରେ ବୃତ୍ତି ଚିତ୍ରମାନ ଦେଖିପାରିବେ । ଅଗଷ୍ଟ ୨ ତାରିଖ ଦିନ ଦର୍ଶକମାନେ ଓଡ଼ିଶା ରାଜ୍ୟ ଆଦିବାସୀ ସଂଗ୍ରହାଳୟର ମୁଖ୍ୟ ଗ୍ୟାଲେରୀ, ଅଗଷ୍ଟ ୯ ତାରିଖ ଦିନ ପ୍ରାଚୀନ ଜନଜାତି ଗୋଷ୍ଠୀର ଗ୍ୟାଲେରୀକୁ ଭର୍ଚୁଆଲ୍ ଟୁର କରିଥିଲେ । ଅଗଷ୍ଟ ୧୬ ତାରିଖ ଦିନ ସଂଗ୍ରହାଳୟରେ ଥିବା ଜୁଆଙ୍ଗ, ସାନ୍ତାଳ, ଗୋଣ୍ଡ ଓ ଲାଞ୍ଜିଆ ସଉରା ଘରକୁ ଭର୍ଚୁଆଲ୍ ଟୁର କରିପାରିବେ । ଏହା ଦ୍ୱାରା ପର୍ଯ୍ୟଟକମାନେ ଘରେ ବସି ସଂଗ୍ରହାଳୟ ବୁଲି ପରିବେ େ ବାଲି ଏସ୍ସିଏସ୍ଟିଆର୍ଟିଆଇର ନିର୍ଦ୍ଦେଶକ ପ୍ରଫେସର (ଡ.) ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.