ସ୍ୱାଧୀନତା ଦିବସ: ସନ୍ଧ୍ୟା ୭ରେ ରାଷ୍ଟ୍ରପତିଙ୍କ ଉଦବୋଧନ

0 83

ନୂଆଦିଲ୍ଲୀ :  ୭୪ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ରାଷ୍ଟ୍ରକୁ ସମ୍ବୋଧନ କରିବେ। ରାଷ୍ଟ୍ରପତିଙ୍କ ଏହି ଉଦବୋଧନ ଆଜି ସନ୍ଧ୍ୟା ୭ଟାବେଳେ ଆକାଶବାଣୀ ଏବଂ ଦୂରଦର୍ଶନର ସମସ୍ତ ନେଟୱାର୍କରେ ପ୍ରଥମେ ହିନ୍ଦୀ ଓ ପରେ ପରେ ଇଂରାଜୀରେ ପ୍ରସାରିତ ହେବ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ରାତି ୯ଟା ୩୦ ମିନିଟ୍‍ ସମୟରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଆଞ୍ଚଳିକ ଭାଷାନ୍ତର ପ୍ରସାରଣ କରାଯିବ।

Leave A Reply

Your email address will not be published.