ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ

0 154

ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ମଧ୍ୟ ୭୪ ତମ ଦିବସ ପାଳିତ ହେଉଛି। ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟ ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ପତାକା ଉତ୍ତୋଳନ କରିଛନ୍ତି । କରୋନା ମହାମାରୀ ଲାଗି କଟକଣା ମଧ୍ୟରେ ପାଳିତ ହୋଇଯାଇଛି ସ୍ୱାଧୀନତା ଦିବସ ।

ରାଜ୍ୟସ୍ତରୀୟ ୭୪ତମ ସ୍ବାଧୀନତା ଦିବସ ଅବସରରେ  ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ବାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍‌ବୋଧନ ଦେଇଛନ୍ତି । ଉଦ୍‌ବୋଧନରେ ରାଜ୍ୟବାସୀଙ୍କୁ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହ ସ୍ବାଧୀନତା ସଂଗ୍ରାମୀମାନଙ୍କ ସ୍ମୃତି ଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ।  ସେହିପରି ମହମାରୀ ଭାବେ ବ୍ୟାପିଥିବା କରୋନା ଲଢେଇରେ ଆଗଧାଡିରେ ଯୋଦ୍ଧାମାନଙ୍କ କାର୍ଯ୍ୟ ଅତୁଳନୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ୍‌ ଯୋଦ୍ଧାଙ୍କ ତ୍ୟାଗ ଓ ସେବା ପାଖରେ ଓଡ଼ିଆ ଜାତି ଋଣୀ ବୋଲି କହିଛନ୍ତି  । କରୋନା ମୁକାବିଲା ପାଇଁ ସରକାର ବିଭିନ୍ନ ହସ୍ପିଟାଲ କରିଛନ୍ତି । ତେବେ ଟଙ୍କା ପାଇଁ ଓଡ଼ିଶାରେ କୌଣସି ରୋଗୀ ସେବାରୁ ବଞ୍ଚିତ ହେବେ ନାହିଁ । କରୋନା ଆକ୍ରାନ୍ତଙ୍କୁ ସମସ୍ତ ସୁବିଧା ମାଗଣାରେ ଯୋଗାଇ ଦିଆଯାଉଛି । ତେଣୁ ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ ବୋଲି  ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.