IPL‌-13 ଟାଇଟଲ୍‌ ପ୍ରାୟୋଜକ : ବିଡ୍‌ ଦାଖଲ କଲା ଅନ୍‌ଏକାଡେମୀ

0 76

ନୂଆଦିଲ୍ଲୀ : ଆଇପିଏଲ୍‌-୧୩ର ଟାଇଟଲ ପ୍ରାୟୋଜକ ହେବା ଦୌଡ଼ରେ ସାମିଲ ହୋଇଛି ‘ଅନ୍‌ଏକାଡେମୀ’ । କମ୍ପାନୀ ପକ୍ଷରୁ ବିଧିବଦ୍ଧ ଭାବରେ ବିଡ୍‌ ଦାଖଲ କରାଯାଇଛି । କେବଳ ଅନଏକାଡେମୀ ନୁହଁ ‘ଡ୍ରିମ୍‌୧୧’ ମଧ୍ୟ ବିଡ୍‌ ଦାଖଲ କରିଛି । ଟାଇଟଲ୍‌ ପ୍ରାୟୋଜକ ପାଇଁ ବିଡ୍‌ ଦାଖଲ କରିବାର ଶୁକ୍ରବାର ଥିଲା ଶେଷ ତାରିଖ।

‘ଭିଭୋ’ ଚଳିତ ସଂସ୍କରଣରୁ ଟାଇଟଲ ପ୍ରାୟୋଜକ ଭାବେ ବାଦ ପଡ଼ିବା ପରେ ନୂଆ ପ୍ରାୟୋଜକ ପାଇଁ ବିସିସିଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା । ବିସିସିଆଇର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଅନ୍‌ଏକାଡେମୀ ଓ ଡ୍ରିମ୍‌୧୧ ସେମାନଙ୍କ ବିଡ୍‌ ଦାଖଲ କରିଛନ୍ତି ।’ କିନ୍ତୁ ଅନ୍ୟ କେଉଁ କମ୍ପାନୀ ବିଡ୍‌ ଦାଖଲ କରିଛନ୍ତି ସେ ବିଷୟରେ କିଛି ସୂଚନା ଦେଇ ନାହାନ୍ତି ।

ରାମ ଦେବ ବାବାଙ୍କର ‘ପତଞ୍ଜଳି’ କମ୍ପାନୀ ମଧ୍ୟ ବିଡ୍‌ ଆହ୍ୱାନ କରିବାକୁ ଆଗ୍ରହୀ ରହିଥିଲା । ମାତ୍ର କମ୍ପାନୀ ପକ୍ଷରୁ ବିଡ୍‌ ଦାଖଲ ହୋଇଛି କି ନାହିଁ ତାହା ଜଣା ପଡ଼ି ନାହିଁ । ଟାଟା ମଟୋର୍ସ ଏବଂ ଜିଓ ହୁଏତ ପ୍ରାୟୋଜକ ଦୌଡ଼ରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ।

ଯିଏ ବି ଟାଇଟଲ୍‌ ପ୍ରାୟୋଜକ ହେବେ ସେହି କମ୍ପାନୀ ମାତ୍ର ୪ ମାସ ୧୩ ଦିନ ବିସିସିଆଇ ସହ ଚୁକ୍ତି କରିବ । ଆଉ ଏହି ଅବଧିପାଇଁ ବିସିସିଆଇ ୩୦୦ରୁ ୩୫୦ କୋଟି ଚାହୁଛି । କାରଣ ପୂର୍ବରୁ ‘ଭିଭୋ’ ଯେଉଁ ୫ ବର୍ଷିଆ ଚୁକ୍ତି କରିଛି, ସେଥିପାଇଁ ବିସିସିଆଇକୁ ୨,୧୯୯ କୋଟି ଟଙ୍କା ଦେବ । ଅର୍ଥାତ ବର୍ଷକୁ ୪୩୯.୮ କୋଟି ଟଙ୍କା ଦେଉଛି ।

Leave A Reply

Your email address will not be published.