କରୋନାରେ ରାଜ୍ୟରେ ପୁଣି 9 ମୁଣ୍ଡ ଗଡ଼ିଲା

0 77

ଭୁବନେଶ୍ବର : ଶନିବାର ରାଜ୍ୟରେ ରେକର୍ଡ ସଂଖ୍ୟକ 2496 ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଣେ କରୋନାରେ 9ଜଣଙ୍କର ପ୍ରାଣହାନି ଘଟିଛି। ଏମାନଙ୍କ ଭିତରୁ ସମ୍ବଲପୁରର 4, କଟକର 2 ଓ ଗଞ୍ଜାମ, ନୟାଗଡ଼, କେନ୍ଦୁଝରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଥିବା ଜଣାଯାଇଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା 333ରେ ପହଞ୍ଚିଛି । ଏ ନେଇ ରାଜ୍ୟ ସ୍‌ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସମ୍ଵଲପୁରର ଯେଉଁ 4 ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି, ସେମାନଙ୍କ ଭିତରେ 74 ଓ 78 ବର୍ଷ ବୟସ୍କ ଦୁଇଜଣ ପୁରୁଷ ଓ 50 ଏବଂ 65 ବର୍ଷ ବୟସ୍କା ଦୁଇଜଣ ମହିଳା ଅଛନ୍ତି। କଟକର ଯେଉଁ 2 ଜଣ କରୋନା ଆକ୍ରାନ୍ତଙ୍କର ପ୍ରାଣହାନି ଘଟିଛି, ସେମାନଙ୍କ ଭିତରେ ଜଣେ 67 ବର୍ଷୀୟା ମହିଳା ଓ ଜଣେ 50 ବର୍ଷ ବୟସ୍କ ପୁରୁଷ ଥିବା ଜଣାଯାଇଛି। ଅପରପକ୍ଷରେ ଗଞ୍ଜାମ, ନୟାଗଡ଼, କେନ୍ଦୁଝରରୁ ଯେଉଁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି, ସେମାନେ ସମସ୍ତେ ପୁରୁଷ। ସେମାନଙ୍କ ବୟସ ଯଥାକ୍ରମେ 53, 75 ଓ 58 ବର୍ଷ। ଏମାନଙ୍କର କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ ନମୁନା ପରୀକ୍ଷା ହୋଇଛି । ଦିନକରେ 47,887 ନମୁନା ପରୀକ୍ଷା ସଂପନ୍ନ ହୋଇଥିବା ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଏବେ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 57,126କୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ 39,205ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା 17,535 ରହିଛି।

Leave A Reply

Your email address will not be published.