ସାହାସକୁ ସଲାମ୍‌, 14ହଜାର ଫୁଟ୍‌ରେ ତ୍ରିରଙ୍ଗା ଉଡ଼ିଲା

0 71

ନୂଆଦିଲ୍ଲୀ: ଭାରତ-ତିବ୍ଦତୀୟ ସୀମା ପୁଲିସ(ଆଇଟିବିପି)ର ଯବାନମାନେ ଲଦାଖର 14,000 ଫୁଟ ଉପରେ ସ୍ବାଧୀନତା ଦିବସ ପାଳନ କରିଛନ୍ତି। 14,000 ଫୁଟ ଉପରେ ଥିବା ପାଙ୍ଗଙ୍ଗ ସୋ ହ୍ରଦ କୂଳରେ ସ୍ବାଧୀନତା ଦିବସ ଅବସରରେ ଆଇଟିବିପି ଯବାନଙ୍କ ଦ୍ବାରା ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ପତାକା ଉତ୍ତୋଳନ ସହ ଆଇଟିବିପି ଯବାନମାନେ ଗାଇଥିବା ଲୋକପ୍ରିୟ ଦେଶପ୍ରେମ ଗୀତର ଏକ ‘ମାସଅପ୍‌’କୁ ମଧ୍ୟ ରିଲିଜ୍‌ କରାଯାଇଛି। ଗତ ତିନି ମାସ ହେଲାଣି ଲଦାଖରେ ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ବେଳେ ଚୀନ ସହ ଆଖି ମିଳାଇ ଲଢ଼ିଥିବା ଯବାନଙ୍କୁ ଗ୍ୟାଲେଣ୍ଟ୍ରି ପଦକ ଦେବା ପାଇଁ ଆଇଟିବିପି 21ଜଣ ଯବାନଙ୍କ ନାମ ସୁପାରିଶ କରିଥିବା ଜଣାପଡ଼ିଛି । ତେବେ ଆଜି ସାରା ଦେଶବାସୀ ଭିନ୍ନ ଉପାୟରେ ସ୍ଵାଧୀନତା ଦିବସ ପାଳନ କରିଥିବା ଦେଖାଯାଇଛି। ଘରେ ସାମାଜିକ ଦୂରତା ଅବଲମ୍ବନ କରି ଲୋକେ ସ୍ବାଧୀନତା ଦିବସ ପାଳନ କରିଛନ୍ତି। ବିଭିନ୍ନ ଅଫିସ କାର୍ଯ୍ୟାଳୟରେ ମଧ୍ୟ ସାମାଜିକ ଦୂରତା ଅବଲମ୍ବନ କରାଯାଇ ସ୍ବାଧୀନତା ଦିବସ ପାଳନ କରାଯାଇଛି। ସ୍ବାଧୀନତା ଦିବସ ଅବସରରେ ଆଜି ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଲାଲକିଲ୍ଲାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରି ଦେଶକୁ ବିକାଶ ପଥରେ ନେବା ପାଇଁ କରାଯାଇଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ ।

Leave A Reply

Your email address will not be published.