ସୁଟିଂ ନାଁରେ ଯୁବତୀଙ୍କୁ ମଦ ପିଆଇ ଦୁଷ୍କର୍ମ

0 73

ନୋଏଡା : ଉତ୍ତରପ୍ରଦେଶର ନୋଏଡା ଥାନା ସେକ୍ଟର-20 ଅଞ୍ଚଳରେ ଜଣେ ଯୁବତୀ ତାଙ୍କ ସହକର୍ମୀଙ୍କ ଦ୍ବାରା ଦୁଷ୍କର୍ମର ଶୀକାର ହୋଇଥିବା ମାମଲା ସାମ୍ନାକୁ ଆସିଛି । ଯୁବତୀଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଏହି ଘଟଣାର ତଦନ୍ତ କରୁଛି । ଅତିରିକ୍ତ ଡେପୁଟି କମିଶନର (ଜୋନ୍‌-1) ରଣବିଜୟ ସିଂ କହିଛନ୍ତି ଯେ ଗାଜିଆବାଦର ବୈଶାଲି ସେକ୍ଟର-5ରେ ରହୁଥିବା ଜଣେ ଯୁବତୀ ନୋଏଡା ଥାନା ସେକ୍ଟର-20ରେ ଅଭିଯୋଗ କରିଛନ୍ତି। ଯୁବତୀ ଜଣଙ୍କ କହିଛନ୍ତି ଯେ ସେ ଅଗଷ୍ଟ 13 ତାରିଖରେ ତାଙ୍କ ସାଙ୍ଗ ରୋନି ଓରଫ ପୃଥ୍ବୀ ଏବଂ ଅନ୍ୟ କିଛି ଜଣଙ୍କ ସହିତ ସେକ୍ଟର-31ରେ ଏକ କର୍ପୋରେଟ୍‌ ସୁଟ୍‌ ପାଇଁ ଯାଇଥିଲେ । ସେ କହିଥିଲେ ଯେ ରାତି 11ଟାରୁ 12ଟା ମଧ୍ୟରେ ଏହି ଲୋକମାନେ ଖାଦ୍ୟ ଖାଇଥିଲେ । ଅତିରିକ୍ତ ଡେପୁଟି କମିଶନର କହିଛନ୍ତି ଯେ, ଅଗଷ୍ଟ 13 ତାରିଖ ପ୍ରାୟ 4ଟା ବେଳେ ରୋନି ଓରଫ ପୃଥ୍ବୀ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣା ବେଳେ ତାଙ୍କ ସହ ଯାଇଥିବା ତାଙ୍କ ସାଙ୍ଗ ଶୋଇଥିଲେ । ଅତିରିକ୍ତ ଡେପୁଟି କମିଶନର ରଣବିଜୟ ସିଂ କହିଛନ୍ତି ଯେ ଦୁଷ୍କର୍ମର ଶିକାର ହୋଇଥିବା ପୀଡିତା ଗୁରୁବାର ବିଳମ୍ବିତ ରାତିରେ ସେକ୍ଟର-20 ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ କରୁଛି । ପୀଡିତାଙ୍କ ଡାକ୍ତରୀ ପରୀକ୍ଷା ପାଇଁ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଛି । ମେଡିକାଲ ରିପୋର୍ଟରେ ଦୁଷ୍କର୍ମ ହୋଇଥିବା ନିଶ୍ଚିତ ହୋଇଛି। ପୀଡିତା ଜଣଙ୍କ ପ୍ରଥମେ ନିଜ ବାପା-ମା’ଙ୍କୁ ଏହା ଜଣାଇବା ପରେ ସଂପୃକ୍ତ ଯୁବକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଥିଲା । ଯୁବତୀଙ୍କ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।

Leave A Reply

Your email address will not be published.