ଅଟଳ ଜୀଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହାଙ୍କ ଶ୍ରଦ୍ଧାଞ୍ଜଳି

0 69

ନୂଆଦିଲ୍ଲୀ, ୧୬ ।୮: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ‘ଅଟଳ ଜୀଙ୍କ ପୁଣ୍ୟ ତିଥିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି । ଆମ ଦେଶର ଅଗ୍ରଗତି ଦିଗରେ ଭାରତ ତାଙ୍କର ଉଲ୍ଲେଖନୀୟ ସେବା ଏବଂ ଉଦ୍ୟମକୁ ସର୍ବଦା ମନେ ରଖିବ । ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଭେଟେରାନ ବିଜେପି ନେତାଙ୍କୁ ସମ୍ମାନ ଜଣାଇ ତାଙ୍କୁ ଜଣେ ଉତ୍ସର୍ଗୀକୃତ ରାଜନେତା ତଥା ଜଣେ ଦକ୍ଷ ସଂଗଠକ ବୋଲି କହିଛନ୍ତି ଯିଏ ବିଜେପିର ମୂଳଦୁଆ ତଥା ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଟ୍ୱିଟରରେ ଶାହା ଲେଖିଛନ୍ତି, ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଜୀ ଦେଶପ୍ରେମ ତଥା ଭାରତୀୟ ସଂସ୍କୃତିର ସ୍ୱର ଥିଲେ । ସେ ଜଣେ ଉତ୍ସର୍ଗୀକୃତ ରାଜନେତା ତଥା ଜଣେ ଦକ୍ଷ ସଂଗଠକ ଯିଏକି ବିଜେପିର ମୂଳଦୁଆ ତଥା ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଏବଂ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦେଇଥିଲେ ।

Leave A Reply

Your email address will not be published.