ଭାଇ ସଞ୍ଜୟଙ୍କ ସହିତ ହସ୍ପିଟାଲରେ ପହଞ୍ôଚଲେ ପ୍ରିୟା ଦତ୍ତ

0 80

ମୁମ୍ବାଇ, ୧୬ ।୮ : ନିକଟରେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ଫୁସଫୁସ କର୍କଟ ରୋଗ ହୋଇଥିଲା । ନିଶ୍ୱାସ ପ୍ରଶ୍ୱାସ ନେବା କାରଣରୁ ତାଙ୍କୁ ଲୀଳାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରୁ ଫେରିବା ପରେ ସେ ସୋସିଆଲ ମିଡିଆରେ ଘୋଷଣା କରିଥିଲେ ଯେ ସେ କିଛି ସମୟ କାମରୁ ବିରତି ନେଉଛନ୍ତି । ଏହି ସମୟ ମଧ୍ୟରେ ଶନିବାର ଦିନ ସଞ୍ଜୟ ତାଙ୍କ ଭଉଣୀ ପ୍ରିୟା ଦତ୍ତଙ୍କ ସହିତ କୋକିଲାବେନ୍ ହସ୍ପିଟାଲରେ ନଜର ଆସିଥିଲେ । ଉଭୟ ସଞ୍ଜୟ ଏବଂ ପ୍ରିୟା ଡାକ୍ତରଖାନା ବାହାରେ ମାସ୍କ ପିନ୍ଧିଥିବାର ନଜର ଆସିଥିଲେ । ଏହି ସମୟରେ ସଞ୍ଜୟ ହାତ ହଲାଇ ପାପାରାଜିଙ୍କୁ ମଧ୍ୟ ଜବାବ ଦେଇଥିଲେ ।

Leave A Reply

Your email address will not be published.