ସଂପ୍ରସାରଣ ହେବ ଏନସିସି, ୧ ଲକ୍ଷ ନୂତନ କ୍ୟାଡେଟଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯିବ

0 72

ନୂଆଦିଲ୍ଲୀ, ୧୬ ।୮ : ୧୫ ଅଗଷ୍ଟ ୨୦୨୦ ରେ ରେଡଦୁର୍ଗର ରାମ୍ପର୍ଟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ପରେ ଜାତୀୟ କ୍ୟାଡେଟ କର୍ପସ (ଏନସିସି) ର ସମ୍ପ୍ରସାରଣ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ୧୭୩ ସୀମା ତଥା ଉପକୂଳବର୍ତ୍ତୀ ଜିଲ୍ଲାରେ ଏନସିସି ସମ୍ପ୍ରସାରିତ ହେଉଛି ଏବଂ ଏହି ମିଶନ ଅଧୀନରେ ୧ ଲକ୍ଷ ନୂତନ କ୍ୟାଡେଟଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯିବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏନସିସିର ସମ୍ପ୍ରସାରଣ ଯୋଜନାକୁ ଅନୁମୋଦନ କରିଛନ୍ତି । ଏନସିସିର ସମ୍ପ୍ରସାରଣ ଅଧୀନରେ ସୀମା ଏବଂ ଉପକୂଳବର୍ତ୍ତୀ ଜିଲ୍ଲାରୁ ୧୦୦,୦୦୦ କ୍ୟାଡେଟ୍ ଏହି ସଂଗଠନରେ ଅନ୍ତର୍ଭୁକ୍ତ ହେବେ । ଏଥିରେ ୩୩୦୦୦ ହଜାର ଯୁବତୀ ରହିବେ । ପ୍ରତିରକ୍ଷା ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କ ସହାୟତାରେ ଉପକୂଳ ଏବଂ ସୀମାନ୍ତ ଜିଲ୍ଲାର ୧୦୦୦ ବିଦ୍ୟାଳୟ ଚିହ୍ନଟ କରିଛି । ଏହି ବିଦ୍ୟାଳୟଗୁଡ଼ିକରୁ ଏନସିସି କ୍ୟାଡେଟ୍ ଚୟନ କରାଯିବ ।

Leave A Reply

Your email address will not be published.