ପୁଣି ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ

0 71

ବ୍ରହ୍ମପୁର: ରବିବାର ପୁଣି ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲା ଭାଟକୁମରଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ବି. କ୍ରିଷ୍ଣାଙ୍କ ଆଜି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି । ସେକିଛି ଦିନ ତଳେ କରୋନା ପଜିଟିଭ ଚିହ୍ନଟ ପରେ ଭୁବନେଶ୍ୱର ଯାଇ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁ ପରେ ଆଜି ସିଡିଏମଓ, ଛତ୍ରପୁର ଉପଜିଲ୍ଲାପାଳ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ସ୍ୱର୍ଗତ ଡା କ୍ରିଷ୍ନାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହ ନିରବ ପ୍ରାର୍ଥନା କରିଥିଲେ । ଡା. କ୍ରିଷ୍ଣା ଆଜକୁ ଦେଢ ବର୍ଷ ତଳେ ଭାଟକୁମରଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବଦଳି ହୋଇ ଆସିଥିଲେ । କରୋନା ସମୟରେ ଜଣେ ଆଗଧାଡ଼ିର ଯୋଦ୍ଧା ହୋଇ ରୋଗୀ ସେବା ଜାରି ରଖିଥିଲେ ।

Leave A Reply

Your email address will not be published.