ମହୁମାଛି ଆକ୍ରମଣରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

????????????????????????????????????
0 80

ବୌଦ୍ଧ : ମହୁମାଛି ଆକ୍ରମଣରେ ସ୍ବାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ ମନମୁଣ୍ଡା ଥାନା ନଦିଆନଗର ଗ୍ରାମରେ । ସୂଚନା ଅନୁଯାୟୀ, ଶୁଣ୍ଢିପଦର ଗ୍ରାମ ପଞ୍ଚାୟତ ନଦିଆନଗର ଗ୍ରାମର ଭୁଜଶେଖର କର୍ମୀ ତାଙ୍କ ସ୍ତ୍ରୀଙ୍କ ସହ ନିଜ ବିଲକୁ ଯାଇଥିବା ବେଳେ ଉଭୟେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ପରିବାର ଓ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଭର୍ତ୍ତି କରିଥିଲେ । ଆଜି ସକାଳେ ଭୁଜଶେଖର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ଓ ତାଙ୍କ ସ୍ତ୍ରୀ ଗୁରୁତର ହୋଇଥିଲେ । ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାପଡିଛି ।

Leave A Reply

Your email address will not be published.