ମୁଖ୍ୟମନ୍ତ୍ରୀଙ୍କ ଚାଳକ ସାଜିଲେ ୫ଟି ସଚିବ

0 56

ଭୁବନେଶ୍ୱର: କୋଭିଡ଼ କଟକଣା ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଛି । ତେବେ ଚଳିତ ସ୍ୱାଧୀନତା ଦିବସ ସମାରୋହରେ କିଛି କିଛି ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ପ୍ରଦର୍ଶନୀ ପଡିଆକୁ ଠିକ ସମୟରେ ଆସି ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ଗାଡିରେ ଆସିଥିବା ବେଳେ କିନ୍ତୁ ଚଳିତ ବର୍ଷ ତାଙ୍କ କାରର ଚାଳକ ସିଟରେ ଚାଳକ ଯାଗାରେ ଦେଖିବାକୁ ମିଳିଥିଲା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି କେ ପାଣ୍ଡିଆନ ଆଜି ମୁଖ୍ୟମନ୍ତ୍ରୀଙ୍କ କାରର ସାରଥି ସାଜିଥିଲେ । ଶ୍ରୀ ପାଣ୍ଡିଆନ୍‌ ମୁଖ୍ୟମନ୍ତ୍ରୀଙ୍କ ଗାଡିକୁ ଡ୍ରାଇଭିଂ କରି ତାଙ୍କୁ ସଭାସ୍ଥଳକୁ ଆଣିଆସିଥିଲେ । କୋଭିଡ଼ ନିୟମ ପାଳନ କରି ଶ୍ରୀ ପାଣ୍ଡିଆନ୍‌ ଏପରି କରିବା ସହ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଜଣେ ବରିଷ୍ଠ ଆଇଏଏସ୍‌ ଅଫିସର ମୁଖ୍ୟମନ୍ତ୍ରୀଙ୍କୁ କାର୍‌ରେ ସଭାସ୍ଥଳକୁ ଆଣିବା କୋଭିଡ଼ ନିୟମ ପାଳନ ସହ ତାଙ୍କ ବିନମ୍ରତାର ପରିଚୟ ଦେଇଛି। ଏବଂ ଏହା ଏକ ବିରଳ ଉଦାହରଣ ସୃଷ୍ଟି କରିଛି ।

Leave A Reply

Your email address will not be published.