ବଜ୍ରାଘାତରେ ଯୁବକଙ୍କ ଜୀବନ ଚାଲିଗଲା

0 74

ସୁବର୍ଣ୍ଣପୁର :  ସୁବର୍ଣ୍ଣପୁର ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଛି । ବର୍ଷା ସାଙ୍ଗକୁ ବିଭିନ୍ନ ସ୍ଥାନରେ ବଜ୍ରପାତ ମଧ୍ୟ ହେଉଛି । ଜିଲ୍ଲାରେ ଜଣଙ୍କ ଜୀବନ ନେଇଛି ବଜ୍ରପାତ । ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଧୁଲଧୁଲା ଗାଁ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ଯୁବକ ଜଣଙ୍କ ହେଲେ ଅଜିତ ମହାକୁଡ । ସେ ତାଙ୍କ ବିଲକୁ ଚାଷ କାମ ପାଇଁ ଯାଇଥିବେଳେ ହଠାତ୍ ବଜ୍ରପାତ ହୋଇଥିଲା । ବଜ୍ରାଘାତ ଫଳରେ ସେ ସେଠାରେ ସେ ଅଚେତ ହୋଇ ପଡିଯାଇଥିଲେ । ପରିବାର ଲୋକେ ଅଜିତଙ୍କୁ ଗୁରୁତର ଅବସ୍ଥାରେ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Leave A Reply

Your email address will not be published.