ହୃଦ୍ଘାତରେ ଚେତନ ଚୌହ୍ୱାନଙ୍କ ମୃତ୍ୟୁ

0 74

ଲକ୍ଷେ୍ନø, ୧୬ ।୮ : ଉତ୍ତରପ୍ରଦେଶ ଗୃହ ସୁରକ୍ଷା ମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର ଚେତନ ଚୌହାନଙ୍କ ଦେହାନ୍ତ ହୋଇଯାଇଛି । ରାତି ପ୍ରାୟ ସାଢ଼େ ୪ଟାରେ ହୃଦ୍ଘାତ ହେତୁ ଚେତନ ଚୌହାନଙ୍କ ମୃତ୍ୟୁ ହୋଇଥିଲା । ସେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚେତନ ଚୌହ୍ୱାନ ମଧ୍ୟ କରୋନା ଜୀବାଣୁ ସଂକ୍ରମିତ ହୋଇଥିଲେ । ୭୩ ବର୍ଷିୟ ଚେତନ ଚୌହାନଙ୍କ ସ୍ୱାସ୍ଥ୍ୟ ଗୋଟିଏ ଦିନ ପୂର୍ବରୁ ଖରାପ ହୋଇଯାଇଥିଲା । ତାଙ୍କର କିଡନୀ ବିଫଳ ହୋଇଥିଲା । ଯେଉଁଥିପାଇଁ ସେମାନଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା । ଚେତାନ ଚୌହାନଙ୍କ କରୋନା ଜୀବାଣୁ ରିପୋର୍ଟ ଜୁଲାଇ ମାସରେ ସକରାତ୍ମକ ହୋଇଥିଲା । ଚେତନ ଚୌହାନଙ୍କ ମୃତ୍ୟୁ ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ସମବେଦନା ଜଣାଇଛନ୍ତି । ସୂଚନାଯୋଗ୍ୟଯେ ଚେତନ ଚୌହ୍ୱାନ ଭାରତୀୟ କ୍ରିକେଟ୍ ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟାଟ୍ସମ୍ୟାନ୍ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି । ଚେତନ ଚୌହ୍ୱାନ ଭାରତୀୟ କ୍ରିକେଟ୍ ଦଳ ପାଇଁ ୪୦ ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଏହା ବ୍ୟତୀତ ସେ ୭ଟି ଏକଦିବସୀୟ ମ୍ୟାଚ୍ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି ।

Leave A Reply

Your email address will not be published.