କରୋନା ସଂକ୍ରମଣରେ ଟିଏମସି ବିଧାୟକ ସମରେଶ ଦାସଙ୍କ ମୃତ୍ୟୁ

0 67

କୋଲକାତା, ୧୭ ।୮ : ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସ ବିଧାୟକ ସମରେଶ ଦାସଙ୍କ ଦେହାନ୍ତ ହୋଇଛ । ସେ ଏଏମଆରଆଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ନିକଟରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା । ସୋମବାର ସକାଳେ ବିଧାୟକ ସମରେଶ ଦାସଙ୍କ ଦେହାନ୍ତ ହୋଇଛି । ଟିଏମସି ବିଧାୟକଙ୍କ ସମରେଶ ଦାସଙ୍କ ମୃତ୍ୟୁ ସହିତ ଏହା ହେଉଛି ରାଜ୍ୟରେ ଦ୍ୱିତୀୟ ବିଧାୟକଙ୍କ ମୃତ୍ୟୁ । ପୂର୍ବ ମେଦିନାପୁର ଜିଲ୍ଲାର ଏଗ୍ରା ବିଧାନସଭା ନିର୍ବାଚନମଣ୍ଡଳୀରୁ ସମରେଶ ଦାସ ଜଣେ ବିଧାୟକ ଥିଲେ । ଏହାପୂର୍ବରୁ ତମାନୋଶ ଘୋଷ କୋରୋନାରୁ ମୃତ୍ୟୁବରଣ କରିଥିଲେ । କରୋନାରେ ସଂକ୍ରମଣ ଜାଣିବା ପରେ ଉଭୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଘୋଷ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଫାଲଟା ବିଧାନସଭା ଆସନରୁ ଜଣେ ବିଧାୟକ ଥିଲେ । ୬୦ ବର୍ଷର ତମାନୋଶ ଘୋଷଙ୍କୁ କରୋନା ଜୀବାଣୁ ସଂକ୍ରମିତ ହୋଇଥିବା ଜଣାପଡବା ପରେ ଘୋଷଙ୍କୁ ୨୩ ମଇରେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଘୋଷ ଗତ ଏକ ମାସ ଧରି ଚିକିତ୍ସିତ ହେଉଥିଲେ । ପରେ ଜୁନ୍ ମାସର ଶେଷ ସପ୍ତାହରେ ତାଙ୍କର ମୃତ୍ୟୁ ହୋଇଥିଲା । ବଙ୍ଗଳାରେ ବର୍ତ୍ତମାନ କରୋନାରେ ୧ ଲକ୍ଷରୁ ଅଧିକ ସଂକ୍ରମିତ ହୋଇଛନ୍ତି । ଯଦିଓ ସୁସ୍ଥତା ହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବର୍ତ୍ତମାନ ପଶ୍ଚିମବଙ୍ଗରେ ୨୨୦୦ ରୁ ଅଧିକ ମୃତ୍ୟୁ ରେକର୍ଡ କରାଯାଇଛି ।

Leave A Reply

Your email address will not be published.