ଭାରତରେ ମୋବାଇଲ ପ୍ଲାଣ୍ଟ ପ୍ରତିଷ୍ଠା କରିବେ ସାମସଙ୍ଗ, ଆପଲ୍

0 72

ନୂଆଦିଲ୍ଲୀ : ଚୀନ୍କୁ ଲାଗିଲା ବଡ଼ ଝଟ୍କା । ବର୍ତ୍ତମାନ ଦୁନିଆର ଅନେକ କମ୍ପାନୀ ଏବେ ଚୀନଠୁ ମୁହଁ ଫେରାଇବାରେ ଲାଗିଛନ୍ତି । ଏମିତି କମ୍ପାନୀକୁ ନିଜ ଆଡକୁ ଆକର୍ଷିତ କରିବା ଭାରତର ପ୍ରୟାସ ଏବେ ଫଳପ୍ରସୂ ହେଉଥିବା ସଙ୍କେତ ମିଳିଛି । ସାମସଙ୍ଗ ଇଲେକ୍ଟ୍ରୋନିକ୍ସଠୁ ନେଇ ଆପଲ୍ ପର୍ଯ୍ୟନ୍ତ ମୋବାଇଲ କମ୍ପାନୀ ଭାରତରେ ନିବେଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ମୋଦୀ ସରକାର ବୈଦ୍ୟୁତିକ ଉପକରଣ ନିର୍ମାତାକାରୀ କମ୍ପାନୀଙ୍କ ପାଇଁ ମାର୍ଚ୍ଚରେ ଅନେକ ପ୍ରକାରର ପ୍ରୋତ୍ସାହନ ଘୋଷଣା କରିଥିଲେ । ଏହାର ପରିଣାମ ପ୍ରାୟ ଦୁଇ ଡର୍ଜନ କମ୍ପାନୀ ଭାରତରେ ମୋବାଇଲ ଫୋନ୍ ୟୁନିଟ୍ ସ୍ଥାପନ କରିବା ପାଇଁ ୧.୫ ଅରବ ଡଲାରର ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଭାରତ ଫାର୍ମାସ୍ୟୁଟିକଲ୍ସ ସେକ୍ଟର ପାଇଁ ମଧ୍ୟ ଏହି ପ୍ରକାରର ପ୍ରୋତ୍ସାହନ ଘୋଷଣା କରିଛି । ଏପରିକି ଅନେକ ସେକ୍ଟରରେ ଏହାକୁ ଲାଗୁ କରାଯାଇପାରେ । ଏଥିରେ ଅଟୋମୋବାଇଲ, ଟେକ୍ସଟାଇଲ୍ ଓ ଖାଦ୍ୟ ପ୍ରକ୍ରିୟାକରଣ ମଧ୍ୟ ସାମିଲ । ମୋଦୀ ସରକାର ଆଶା ରଖିଛନ୍ତି ଭାରତରେ ଆଗାମୀ ୫ ବର୍ଷରେ ୧୫୩ ଅରବ ଡଲାରର ବୈଦ୍ୟୁତିକ ଉପକରଣ ପ୍ରସ୍ତୁତ ହୋଇପାରେ । ଏଥିରେ ପାଖାପାଖି ୧୦ ଲକ୍ଷ ପରୋକ୍ଷ ଓ ପ୍ରତ୍ୟକ୍ଷ ରୋଜଗାର ସୃଷ୍ଟି ହେବ । ନୀଳକଣ୍ଠ ମିଶ୍ରଙ୍କ ନେତୃôାଧୀନ କ୍ରେଡିଟ୍ ସୁଇସ୍ ଗ୍ରୁପର ବିଶ୍ଳେଷକଙ୍କ ଅନୁଯାୟୀ ଏଥିରେ ୫ ବର୍ଷରେ ଦେଶରେ ୫୫ ଅରବ ଡଲାରର ଅତିରିକ୍ତ ନିବେଶ ଆସିବ ଯାହା ଦେଶର ଅର୍ଥନୀତିକୁ ୦.୫ ପ୍ରତିଶତ ବୃଦ୍ଧି କରିବ । ଏଥିରେ ଆଗାମୀ ୫ ବର୍ଷରେ ଗ୍ଲୋବାଲ ସ୍ମାର୍ଟଫୋନ୍ ପ୍ରଡକ୍ସନର ଅତିରିକ୍ତ ୧୦ ପ୍ରତିଶତ ଭାରତ ସ୍ଥାନାନ୍ତର ହୋଇପାରେ ।

Leave A Reply

Your email address will not be published.