ପବ୍‌ଜି ଖେଳ ପାଇଁ ମାନସିକ ଭାରସାମ୍ୟ ହରାଇ ଜୀବନ ହାରିଲେ ୨୦ ବର୍ଷର ଯୁବକ

0 69

ବାସୁଦେବପୁର : ମୋବାଇଲରେ ପବ୍‌ଜି ଖେଳକୁ ବାରଣ କରିବାରୁ ମାନସିକ ଭାରସାମ୍ୟ ହରାଇ ଜଣେ ୨୦ ବର୍ଷର ଯୁବକ ଜୀବନ ହାରିଛିନ୍ତିି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ପାଣିଝରିଆ ଗାଁରେ । ଉକ୍ତ ଗ୍ରାମର ଅମୂଲ୍ୟ ସାହୁଙ୍କ ପୁଅ ଗଣେଷକୁ ତାର ମାମୁଁ ପବ୍‌ଜି ଖେଳିବାକୁ ବାରଣ କରିବାରୁ ସେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

ମୃତ ଗଣେଷର ମାମୁଁ ଉମେଶର କହିବା ମୁତାବକ, ମାମୁଁ ଭଣଜା ଦୁଇଜଣ ଧାମରା ନିକଟରେ ଏକ ଚିଙ୍ଗୁଡି ଫାର୍ମରେ ଦୁଇମାସ ହେବ କାମ କରୁଥିଲେ। ଗଣେଷ ଫାର୍ମରେ କାମରେ ମନ ନଦେଇ ସବୁବେଳେ ମୋବାଇଲରେ ପବ୍‌ଜି ଖେଳେ। ଗଣେଷର ଖେଳକୁ ମାମୁଁ ଉମେଶ ବାରଣ କରୁଥିଲା। ଘଟଣାକୁ ନିଜ ଭଉଣୀ ସହିତ ଗଣେଷର ମାଉସୀ ଘରକୁ ମଧ୍ୟ ଜଣାଇଥିଲା। ମଉଷା ମାଉସୀ ଗଣେଷକୁ ବୁଝାଶୁଝା କରି ଫାର୍ମକୁ ପଠାଇଥିଲେ। ସୋମବାର ଫାର୍ମର ରହିଥିବା ବେଳେ ଘରେ କେହିନଥିବା ସୁଯୋଗ ନେଇ ଗଣେଷ ବେକରେ ରସିଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲା। ଖାଦ୍ୟଧରି ସଥୀମାନେ ଫାର୍ମକୁ ଫେରି  ଦେଖନ୍ତି ଗଣେଷ ରସିରେ ଝୁଲୁଛି। ମାମୁଁ ସହିତ ସାଥୀମାନେ ତାକୁ ଉଦ୍ଧାରକରି ବାସୁଦେବପୁର ଡାକ୍ତରଖାନାକୁ ନେଇଆସିଥିବା ବେଳେ ଡାକ୍ତର ଗଣେଷ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.