ନିଶିକାନ୍ତ କାମାତଙ୍କ ଦେହାନ୍ତ

0 78

ମୁମ୍ବାଇ : ନିର୍ଦ୍ଦେଶକ ନିଶିକାନ୍ତ କାମାତ୍ଙ୍କ ଦେହାନ୍ତ ହୋଇଛି । ତାଙ୍କ ସ୍ଥିତି କିଛି କିଛିଦିନ ହେବ ଗୁରୁତର ରହିଥିଲା । ତାଙ୍କୁ ହାଇଦ୍ରାବାଦର ଏସିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଏଣ୍ଟୋରୋଲୋଜିରେ ଚିକିତ୍ସା କରାଯାଉଥିଲା । ନିଶିକାନ୍ତଙ୍କୁ ଆଇସିୟୁରେ ରଖାଯାଇଥିଲା ଏବଂ ତାଙ୍କ ସ୍ଥିତି ଗୁରୁତର ରହିଥିଲା । ଅଜୟ ଦେବଗନ୍ ନିଶିକାନ୍ତ କାମାଟଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ଅଜୟ ତାଙ୍କ ନିର୍ଦ୍ଦେଶନାରେ ‘ଦୃଶ୍ୟମ୍’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । କିଛିଦିନ ଧରି ନିଶିକାନ୍ତଙ୍କ ଦେହାନ୍ତ ହେବାର ଖବର ଆସିଥିଲା । ପରେ ଅଭିନେତା ରିତେଶ ଦେଶମୁଖ ଏବଂ ନିର୍ଦ୍ଦେଶକ ମିଲାପ ଜାଭେରୀ ଟ୍ୱିଟ୍ କରି କହିଥିଲେ ଯେ ତାଙ୍କ ଅବସ୍ଥା ଗୁରୁତର ରହିଛି, ତଥାପି ସେ ଜୀବିତ ଅଛନ୍ତି । କିନ୍ତୁ ଶେଷ ଖବର ଅନୁଯାୟୀ ତାଙ୍କର ମୃତ୍ୟୁ ହୋଇଛି । ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ନିଶିକାନ୍ତ କାମାଟଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଏକ ପ୍ରେସ ବିବୃତ୍ତି ଜାରି କରାଯାଇଥିଲା । ବିବୃତ୍ତିରେ କୁହାଯାଇଛି ଯେ ଜୁଲାଇ ୩୧ ରେ ନିଶିକାନ୍ତଙ୍କୁ ଇଓଏ ଡାକ୍ତତରଖାନାକୁ ଅଣାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟ ପ୍ରତି ନିରନ୍ତର ନଜର ରଖୁଥିବା ତାଙ୍କ ଯତ୍ନ ନେବା ପାଇଁ ବରିଷ୍ଠ ଡାକ୍ତରଙ୍କ ଏକ ଟିମ୍ ଗଠନ କରାଯାଇଥିଲା । ଏହି ଦଳରେ ଅନେକ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ, ହେପାଟୋଲୋଜିଷ୍ଟ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.