୭୧୨ କୋଟି ଟଙ୍କାର ଜିଏସ୍‌ଟି ଠକେଇ

0 71

ମାଷ୍ଟର ମାଇଣ୍ତ ଗିରଫ

 ରାଉରକେଲା୧୭/୮: ଜିଏସ୍‌ଟିରେ ବଡ ଘୋଟଲା। ହଜାରେ କି ଦୁଇ ହଜାରେ ନୁହେଁ ,ଏକା ଥରକରେ ୭୧୨ କୋଟି ଟଙ୍କାର ଜାଲ ବିଲ ରାକେଟର ବର୍ଦ୍ଦାଫାଶ ହୋଇଛି ।

ଜାଲ ବିଲ ମାଧ୍ୟମରେ ଷ୍ଟିଲ ସିଟି ରାଉରକେଲାରେ ୧୨୯.୦୯ କୋଟି ଟଙ୍କାର ଜିଏସଟି ଠକେଇର ଫର୍ଦ୍ଦାଫାସ । ଘଟଣାରେ ମଧୁମିତା ଷ୍ଟିଲ ଇଣ୍ଡଷ୍ଟ୍ରି ପ୍ରାଇଭେଟ ଲିମିଟେଡ ନିର୍ଦ୍ଦେଶକ ଶ୍ରୀ କାଶ୍ମୀରା ଅଗ୍ରୱାଲଙ୍କୁ ଗିରଫ କରିଛି ଜିଏସଟି ଏନଫୋର୍ସମେଣ୍ଟ ବିଭାଗ ।

ଓଡ଼ିଶା ଜିଏସଟି ଆଇନ ୨୦୧୭ ଧାରା ୧୩୨(୧) (କ) ଏବଂ (ଖ) ଏବଂ ୧୩୨ (୪) ଅନୁଯାୟୀ ଜାମିନ ବିହିନ ଧର୍ତ୍ତବ୍ୟ ଅବରାଧ ପାଇଁ ଗିରଫ କରାଯାଇଛି ।

ଚଡ଼ାଉ ସମୟରେ କାଶ୍ମୀରାଙ୍କ ଠାରୁ  ଜବତ ରବର ଷ୍ଟାମ୍ପ, ବ୍ୟାଙ୍କ ପାସବୁକ ଓ ଅନ୍ୟ କାଗଜ ପତ୍ରରୁ  ଭୂତ ଅନୁଷ୍ଠାନ ନାଁରେ ବେଆଇନ କାରବାରର ସୁରାକ ମିଳିଥିଲା ।

ତେବେ ଏସବୁ ଭୁତ ବ୍ୟବସାୟୀକ ପ୍ରତିଷ୍ଠାନ ବୋଲି ଅନୁସନ୍ଧାନରୁ ଜଣପଡ଼ିଛି । ଏନେଇ ବ୍ୟାଙ୍କ କର୍ମଚାରୀଙ୍କୁ ପଚରାଉଚରା ବେଳେ, ୭୧୨ କୋଟି ଟଙ୍କାର ଜାଲ ବିଲ୍ ରାକେଟର ପର୍ଦ୍ଦାଫାଶ ହୋଇଥିଲା ।

Leave A Reply

Your email address will not be published.