ଅବକାରୀ ବିଭାଗର ଚଢାଉ: ପୋଚ୍ଚ ରନ୍ଧା ସାମଗ୍ରୀ ଜବତ୍

0 74

ରାୟଗଡ : ଲକଡାଉନ ସମୟରେ ରାୟଗଡ ଜିଲ୍ଳାରେ ବେଆଇନ ଚୋରା ମଦ କାରବାରକୁ ରୋକିବା ପାଇଁ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଜିଲ୍ଳା ଅବକାରୀ ବିଭାଗକୁ ଏ ଦିଗରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଫଳରେ  ଜିଲ୍ଳା ଅବକାରୀ ଅଧୀକ୍ଷକ ଦଣ୍ଡପାଣି ବେହେରାଙ୍କ ଆଦେଶ କ୍ରମେ ଜିଲ୍ଳାର ବିଭିନ୍ନ ଅବକାରୀ ଥାନା ଅଂଚଳରେ ବିଭାଗୀୟ ଅଧିକାରୀମାନେ ସଦଲବଳ ନେଇ ବ୍ୟାପକ ଚଢାଉ କରି ବିପୁଳ ପରିମାଣର ଦେଶୀ ରନ୍ଧାମଦ,,ମହୁଲ ପୋଚ, ସଲପ ତାଡି ସହ ମଦ ରନ୍ଧା ସାମଗ୍ରୀ ଜବତ ଓ ନଷ୍ଟ କରିଥିବା ବେଳେ ଜିଲ୍ଳାରେ ଚୋରାମଦ କାରବାରକୁ ରୋକିବାନିମନ୍ତେ ପ୍ରୟାସ ଜାରୀରଖିଛନ୍ତି । ଜିଲ୍ଳା ଅବକାରୀ ଅଧୀକ୍ଷକ ଶ୍ରୀ ବେହେରାଙ୍କ ନିର୍ଦ୍ଦେଶ କ୍ରମେ  ଗତ ତା ୧୨.୮.୨୦ରିଖଦିନ ଠାରୁ ତା ୧୭.୮.୨୦ରିଖ ପର୍ଯ୍ୟନ୍ତ  ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଚଢ଼ାଉ ଜାରୀରଖିଛନ୍ତି। ଗତ ୧୨.୮.୨୦ଋଖଦିନ ଚାନ୍ଦିଲ ଥାନା ଅନ୍ତର୍ଗତ ଆର୍ବି ଓ ସାନଗୁମୁଡା ଗ୍ରାମରେ  ଅବକାରୀ ଉପନିରୀକ୍ଷକ ଶ୍ରୀ ସୂର୍ଯ୍ୟ ନାରାୟଣ ରଥଙ୍କ ନେତୃତ୍ବରେ ଅବକାରୀ ଦଳ ଚଢ଼ାଉ କରି ୯୦୦ଲିଟର ପୋଚ୍ଚ ଓ ୩୫ଲିଟର ଦେଶୀମଦ ଜବତ କରି ନଷ୍ଟ କରିବାସହ ଗୋଟିଏ କେସ ରଜୁ କରିଛନ୍ତି। ସେହିପରି ଗତ ୧୩.୮.୨୦ରିଖଦିନ ବିଷମ କଟକ ଥାନା ଅନ୍ତର୍ଗତ ଡୁମାରନେଳି ଗ୍ରାମରେ ଚଡଉ କରି ୪୦୦ଲିଟର ମହୁଲ ପୋଚ ସାଂଗକୁ ୨୦ଲିଟର ଦେଶୀ ମଦ ଜବତ କରିଥିଲେ।ସେହିପରି ଗୁଣୁପୁର  ଥାନା ଅନ୍ତର୍ଗତ ଓକିଲଗୁଡା ଗ୍ରାମରୁ ୨୭୦ଲିଟର ମହୁଲ ପୋଚ ଓ ୪୦ଲିଟର ଦେଶୀ ରନ୍ଧାମଦ ଜବତ କରି ଗୋଟିଏ ଅବକାରୀ କେସରଜୁ କରିଥିଲେ ।

ସେହିପରି ଗତ ରାୟଗଡା ଅବକାରୀ ମୋବାଇଲ ଟିମ ଉପନିରୀକ୍ଷକ ଚାନ୍ଦିଲ ଥାନା ଅନ୍ତର୍ଗତ କନ୍ଧ ମାଲିଗାଁରେ ଚଡଉ କରି  ୨୪୫୦ଲିଟର ମହୁଲ ପୋଚ ଓ ୨୬୦ଲିଟର ଦେଶୀ ରନ୍ଧାମଦ ଜବତ କରିବା ନଷ୍ଟ କରିଥିଲେ । ସେହିପରି ଗତ ୧୪.୮.୨୦ରିଖଦିନ ଗୁଣୁପୁର ଥାନା ଅନ୍ତର୍ଗତ ଶିରିଝୋଲି ଗ୍ରାମରେ ଅବକାରୀ ଉପନିରୀକ୍ଷକ ଗୁଣୁପୁର ଚଢ଼ାଉ କରି  ୨୦ ଲିଟର ମଦ ସହିତ ବିମଳା ନାମକ ମହିଳାଙ୍କୁ ଗିରଫ କରିଥିଲେ। ସେହିପରି ଗତ ୧୬.୮.୨୦ରିଖଦିନ  ରାୟଗଡା ଅବକାରୀ ଉପନିରୀକ୍ଷକଙ୍କ ନେତୃତ୍ବରେ ଚାନ୍ଦଲି ଥାନା ଅନ୍ତର୍ଗତ ଗୁଡାରୀର ଲେଳିବାଡ଼ି  ଓ ପିଣ୍ଡ।ପଦର ଗ୍ରାମର ନାଳରେ  ଚଢ଼ାଉ କରାଯିବା ସହ ୬୫୦ଲିଟର ପୋଚ୍ଚ ଓ ୮୦ଲିଟର ମଦ  ଓ ୧୨୦୦ଲିଟର ପୋଚ୍ଚ ୨୪୫ଲିଟର ଦେଶୀମଦ ସହ ରନ୍ଧା ସାମଗ୍ରୀ ଜବତ କରିବା ସହ ନଷ୍ଟ କରିଥିଲେ । ସେହିପରି ଗୁଣୁପୁର ଥାନା ଅନ୍ତର୍ଗତ  ରୋଜଳଦଙ୍ଗ ଗ୍ରାମରେ ଚଢ଼ାଉ କରି ୧୪୦୦ଲିଟର ପୋଚ୍ ଜବତ କରିଥିଲେ ।ଗତ ତା ୧୭.୮.୨୦ରିଖଦିନ ଗୁଣପୁରର ଥାନା ଅନ୍ତର୍ଗତ ପୁରୁଣା ଗୁଣୁପୁର ଚଢ଼ାଉ କରି ୨୦୦ଲିଟର ପୋଚ୍ଚ ନଷ୍ଟ କରିଥିଲେ ଓ ପୁଟାସିଙ୍ଗ  ଥାନା ଅନ୍ତର୍ଗତ ଲୋବା ଗ୍ରାମରେ ଚଢ଼ାଉ କରି   ମଧୁସୂଦନ ଶବର ଓ ପ୍ରକାଶ ନାଗ ନାମକ ଦୁଇଜଣ ବ୍ୟକ୍ତିଗତଙ୍କୁ ମଟର ସାଇକେଲ ସହିତ ଗିରଫ  କରିଥିବା ନେଇ ଜିଲ୍ଳା ଅବକାରୀ ଅଧୀକ୍ଷକ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.