ପାକ୍ ଓ ଚୀନର ନୂଆ ଚାଲ୍

0 73

ପାକିସ୍ତାନ ଓ ଚୀନ୍ର ହୀନ ଚାଲ୍କୁ ଭାରତ ସର୍ବଦା ମାତ୍ ଦେଇ ଆସୁଥିବାବେଳେ ଏବେ ଉଭୟ ଦେଶ ଭାରତକୁ ଆକ୍ରମଣ କରିବା ପାଇଁ ନୂଆ ଯୋଜନା ଆରମ୍ଭ କରିଦେଇଥିବା ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି । ଭାରତକୁ ଅସ୍ଥିର କରିବା ପାଇଁ ପାକିସ୍ତାନ ବର୍ତ୍ତମାନ ନୂଆ ଷଡଯନ୍ତ୍ର କରୁଛି । ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବାକୁ ପାକିସ୍ତାନ ଚୀନ୍କୁ ଆବଶ୍ୟକ ଅସ୍ତ୍ରଶସ୍ତ୍ର କ୍ରୟ କରୁଛି ଯାହାଦ୍ୱାରା ଭାରତୀୟ ସୁରକ୍ଷା ବାହିନୀ ଟାର୍ଗେଟ କରିପାରିବେ । ସୁରକ୍ଷା ଏଜେନ୍ସିରୁ ମିିଳିଥିବା ସୂଚନା ଅନୁଯାୟୀ, ଏହି ‘ଜିହାଦୀ’ ପାଇଁ ପାକିସ୍ତାନ ଏକ ଲମ୍ବା ତାଲିକା ପ୍ରସ୍ତୁତ କରିଛି ଯାହା ସେମାନେ ·ଇନାରୁ କିଣିବାକୁ ଯାଉଛନ୍ତି । ସୂଚନାନୁସାରେ, ଚୀନ୍ ସେନାର କିଛି ଅଧିକାରୀଙ୍କ ପାକିସ୍ତାନ ଗସ୍ତ ସମୟରେ କିଛି ବଡ଼ ଧରଣର ଡିଲ୍ ହୋଇପାରେ । ବର୍ତ୍ତମାନ ଚୀନ୍ ପାକିସ୍ତାନକୁ ଅନେକ ସାମଗ୍ରୀ ଦେଉଛି ଯାହା ପାକିସ୍ତାନ ଭାରତ ବିରୋଧରେ ଆତଙ୍କ ବିସ୍ତାର କରିବାରେ ବ୍ୟବହାର କରୁଛି । ପାକିସ୍ତାନ ·ଇନାରୁ ପ୍ରାୟ ୩୦୦୦-୪୦୦୦ ମିଲିଟାରୀ କମ୍ବାଟ୍ ବାଲିଷ୍ଟିକ୍ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ କିଣୁଛି । ·ଇନିଜ୍ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପାକ୍ ସେନା ଦ୍ୱାରା ଏହାର ମୁଜାହିଦ୍ ବାଟାଲିଅନ୍ ପାଇଁ ବ୍ୟବହୃତ ହେବ । ନିୟନ୍ତ୍ରଣ ରେଖାରେ ଅନୁପ୍ରବେଶ ସମୟରେ ପାକିସ୍ତାନୀ ସେନା ଜୈସ୍ ଏବଂ ଲଶ୍କର ଆତଙ୍କବାଦୀଙ୍କୁ ସହାୟତା ଯୋଗାଇଥାଏ । ପାକିସ୍ତାନ ମଧ୍ୟ ·ଇନାରୁ ବେଲୁନ୍ ଦ୍ୱାରା ନିର୍ମିତ ଗୁପ୍ତଚର ରାଡାର କିଣୁଛି । ପାକିସ୍ତାନ ଏହାକୁ ନିୟନ୍ତ୍ରଣରେଖା ନିକଟବର୍ତ୍ତୀ ଅଞ୍ଚଳରେ ନିୟୋଜିତ କରିବ । ଗୁଇନ୍ଦା ବିଭାଗର ସୂଚନାନୁଯାୟୀ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଏହି ରାଡାର ମାଧ୍ୟମରେ ପାକିସ୍ତାନୀ ସେନା ସୀମାରେ ଭାରତୀୟ ସୁରକ୍ଷା ବାହିନୀର ଗତିବିଧି ଉପରେ ନଜର ରଖିପାରିବ । ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ଏବଂ ସେନା ଚୀନ୍ର ବହୁ ସଂଖ୍ୟକ ଉଚ୍ଚତା ସାମଗ୍ରୀ କିଣୁଛନ୍ତି । ସୁରକ୍ଷା ଏଜେନ୍ସିର ସୂତ୍ର ଅନୁଯାୟୀ, ଚୀନ୍ର ପ୍ରବର୍ତ୍ତନରେ ପାକିସ୍ତାନ ସୀମାରେ ଆତଙ୍କବାଦ ବୃଦ୍ଧି କରିବାକୁ ·ହୁଁଛି । ଏଥିପାଇଁ ଏହି ସାମଗ୍ରୀ କିଣାଯାଉଛି ଯାହାଦ୍ୱାରା ଆଗାମୀ ଦିନରେ ତୁଷାର ପର୍ବତ ଉଚ୍ଚତା ବିଶିଷ୍ଟ ପର୍ବତରେ ରହି ଏହି ପୋଷାକ ପିନ୍ଧି ଆତଙ୍କବାଦୀଙ୍କୁ ଭାରତୀୟ ସୀମାକୁ ପଠାଯାଇପାରିବ । ଏହାର ଉଦ୍ଦେଶ୍ୟ ହେଉଛି ନିୟନ୍ତ୍ରଣ ରେଖା ଉପରେ ନଜର ରଖିବା । ପାକିସ୍ତାନ ନିଜ ବନ୍ଧୁ ଚୀନ୍ ଠାରୁ ୮୦ ହଜାର ରାଉଣ୍ଡ ଷ୍ଟିଲ୍ ବୁଲେଟ୍ କିଣୁଛି । ଏହି ଇସ୍ପାତ ଗୁଳି ଅତ୍ୟନ୍ତ ବିପଜ୍ଜନକ, ଯାହାକୁ ପାକିସ୍ତାନ ଜାମ୍ମୁ କାଶ୍ମୀରରେ ଜୈସ୍ ଆତଙ୍କବାଦୀଙ୍କ ମାଧ୍ୟମରେ ଅନେକ ଥର ବ୍ୟବହାର କରିଛି । କିନ୍ତୁ ଭାରତୀୟ ସେନାର ଶକ୍ତି ଓ ପରାକ୍ରମ ପୂର୍ବାପେକ୍ଷା ବେଶ୍ ବୃଦ୍ଧି ପାଇଛି । ତେଣୁ ପାକିସ୍ତାନ ଓ ଚୀନ୍ ଭଳି ଶତ୍ରୁ ରାଷ୍ଟ୍ର ଭାରତ ବିରୋଧରେ ଯେତେ ଚାଲ୍ ଚଳାଇଲେ ବି ସେଥିରେ ସେମାନେ ସଫଳ ହେବେନାହିଁ ।

Leave A Reply

Your email address will not be published.