ମେଘାଳୟର ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ ସତ୍ୟପାଲ ମଲିକ

0 45

ନୂଆଦିଲ୍ଲୀ: ମେଘାଳୟର ନୂଆ ରାଜ୍ୟପାଳ ହେଲେ ସତ୍ୟପାଲ ମଲିକ । ମଙ୍ଗଳବାର ରାଷ୍ଟ୍ରପତି ଭବନରୁ ରିଲିଜ୍ ହୋଇଥିବା ଏକ ବିବୃତିରୁ ସୂଚନା ମିଳିଛି । ଉତ୍ତରପୂର୍ବ ରାଜ୍ୟ ମେଘାଳୟର ରାଜ୍ୟପାଳ ଥିବା ତଥାଗତ ରାୟ ନିଜର ୫ବର୍ଷିଆ କାର୍ଯ୍ୟକାଳ ପୂର୍ଣ୍ଣ କରି ସାରିଥିବାରୁ ମଲିକ ପରବର୍ତ୍ତୀ ରାଜ୍ୟପାଳ ଭାବେ ତାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାୟ ତ୍ରିପୁରାରେ ତିନି ବର୍ଷ ଓ ବାକି ସମୟ ମେଘାଳୟର ରାଜ୍ୟପାଳ ଭାବେ ଅଧିଷ୍ଠିତ ହୋଇଥିଲେ । ମଲିକ ମଧ୍ୟ ଅଗଷ୍ଟ ୨୦୧୮ରୁ ଅକ୍ଟୋବର ୨୦୧୯ ପର୍ଯ୍ୟନ୍ତ ଜମ୍ମୁ ଓ କଶ୍ମୀରର ରାଜ୍ୟପାଳ ଥିଲେ । ପାର୍ଲାମେଣ୍ଟରେ ଜମ୍ମୁ ଓ କଶ୍ମୀର ପୁନର୍ଗଠନ୍ ଚିଠା ଗୃହୀତ ହୋଇ ଜମ୍ମୁ ଓ କଶ୍ମୀର ଏବଂ ଲଦାଖ ନାମରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଗଠିତ ହେବା ପରେ ମଲିକଙ୍କୁ ଗୋଆର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା । ୧୯୬୫ରେ ମଲିକଙ୍କର ରାଜନେତିକ ଯାତ୍ରା ଆରମ୍ଭ ହୋଇଥିଲା ଓ ୧୯୮୦ରେ ଲୋକଦଳକୁ ପ୍ରତିନିଧିôବ କରି ସେ ପ୍ରଥମେ ରାଜ୍ୟସଭାକୁ ର୍ନିବାଚିତ ହୋଇଥିଲେ । ୧୯୮୬ରେ ମଧ୍ୟ ସେ କଂଗ୍ରେସ ପାର୍ଟିର ନେତା ଭାବେ ରାଜ୍ୟସଭାକୁ ର୍ନିବାଚିତ ହୋଇଥିଲେ । ପରେ ସେ ବିଜେପିରେ ଯୋଗ ଦେଇ ୨୦୦୫ରେ ଲୋକସଭାକୁ ର୍ନିବାଚିତ ହୋଇଥିଲେ । ସମ୍ପ୍ରତି ନିଜ କର୍ତ୍ତବ୍ୟ ସହ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ କେଶରୀ କୋଶିୟାରି ଗୋଆର ରାଜ୍ୟପାଳ ଭାବେ ଦାୟିôବ ର୍ନିବାହ କରିବେ ଉକ୍ତ ବିବୃତିରେ କୁହାଯାଇଛି ।

Leave A Reply

Your email address will not be published.