ସେନାର ସର୍ଚ୍ଚ ଅପରେସନରେ ୨ ଆତଙ୍କୀ ନିହତ

0 57

ଶ୍ରୀନଗର: କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ ଏବଂ ପୁଲିସର ମିଳିତ ଅଭିଯାନରେ ବାରମୂଳା ଜିଲ୍ଲାର କ୍ରୀରି ଅଞ୍ଚଳରେ ମଙ୍ଗଳବାର ସକାଳେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏଥିରେ ସେନାବାହିନୀର ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି । ମଙ୍ଗଳବାର ସହିଦ ହୋଇଥିବା ଯବାନଙ୍କୁ ମିଶାଇ ଗତକାଲି ଠାରୁ ଏହି ଅଭିଯାନରେ ସମୁଦାୟ ସହିଦ ଯବାନଙ୍କ ସଂଖ୍ୟା ୪ରେ ପହଞ୍ଚିଛି । ସୋମବାର ଦିନ ଆରମ୍ଭ ହୋଇଥିବା ଏହି ତଲାସ ଅଭିଯାନ ରାତିରେ ସ୍ଥଗିତ ରଖାଯାଇଥିଲା । ମଙ୍ଗଳବାର ସକାଳୁ ତାହା ଆରମ୍ଭ ହେବା ପରେ ଉତ୍ତର କଶ୍ମୀରର ବାରମୂଳା ଅନ୍ତର୍ଗତ କ୍ରୀରି ଗାଁ’ରେ ଏନ୍କାଉଣ୍ଟର୍ ଆରମ୍ଭ ହୋଇଥିଲା । ଗତକାଲି ଏହି ଅଭିଯାନରେ ଦୁଇଜଣ “ସିଆର୍ପିଏଫ୍’ ଯବାନ ଓ ଜମ୍ମୁ ଓ କଶ୍ମୀର ପୁଲିସର ଜଣେ “ଏସ୍ପିଓ’ ସହିଦ ହୋଇଥିଲେ । ସହିଦ ହୋଇଥିବା ଦୁଇ “ସିଆର୍ପିଏଫ୍’ ଯବାନଙ୍କ ଶବାଧାରରେ ବଡ଼ଗାମ ଠାରେ ଆଜି ପୁଷ୍ପମାଲ୍ୟ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେମାନେ ହେଉଛନ୍ତି ବିହାରବାସୀ ଡ୍ରାଇଭର୍ ଖୁର୍ଶିଦ ଏବଂ କନେଷ୍ଟବଳ ଲବକୁଶ । ଏହି କାର୍ଯ୍ୟକ୍ରମରେ ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.