ଶ୍ରେଷ୍ଠ ୧୦ ଧନୀ ତାଲିକାରେ ୬ଷ୍ଠକୁ ଖସିଲେ ମୁକେଶ

0 88

ମୁମ୍ବାଇ, ୧୮ ।୮ : ମୁକେଶ ଅମ୍ବାନୀ ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ୧୦ ଧନୀଙ୍କ ଶୀର୍ଷ ତାଲିକାରେ ଷଷ୍ଠ ସ୍ଥାନକୁ ଖସି ଆସିଛନ୍ତି । କିଛିଦିନ ପୂର୍ବରୁ ସେ ଏହି ତାଲିକାରେ ଚତୁର୍ଥ ସ୍ଥାନରେ ପହଞ୍ଚିଥିଲେ । ରିଲାଏନ୍ସ ସେୟାର ହ୍ରାସ ହେତୁ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ହ୍ରାସ ପାଇଛି । ଏଲୋନ୍ ମସ୍କ ବର୍ତ୍ତମାନ ଦୁନିଆର ଚତୁର୍ଥ ଧନୀ ବ୍ୟକ୍ତି । ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ମୂଲ୍ୟ ପ୍ରାୟ ୭୮.୮ ବିଲିୟନ ଡ଼ଲାର ଅଟେ । ସେ ହେଉଛନ୍ତି ଦୁନିଆର ଷଷ୍ଠ ଧନୀ ବ୍ୟକ୍ତି । ଏହି ସୂଚକାଙ୍କ ଅନୁଯାୟୀ ଆମାଜନ ମୁଖ୍ୟ ଜେଫ ବେଜୋସ ୧ନଂରେ ନମ୍ବରରେ ଅଛନ୍ତି । ତାଙ୍କର ମୋଟ ସମ୍ପତ୍ତି ହେଉଛି ୧୮୮ ବିଲିୟନ ଡ଼ଲାର୍ । ଚଳିତ ବର୍ଷ ଏପର୍ଯ୍ୟନ୍ତ ବେଜୋସଙ୍କ ସମ୍ପତ୍ତି ପ୍ରାୟ ୭୩ ବିଲିୟନ ଡଲାରରେ ବୃଦ୍ଧି ପାଇଛି ।

Leave A Reply

Your email address will not be published.