ନିର୍ବାଚନ କମିଶନ ପଦରୁ ଇସ୍ତଫା ଦେଲେ ଅଶୋକ ଲାଭାସା

0 77

ନୂଆଦିଲ୍ଲୀ : ବରିଷ୍ଠ ଆଇଏଏସ ଅଧିକାରୀ ଅଶୋକ ଲାଭାସା ନିର୍ବାଚନ କମିଶନ ପଦରୁ ଇସ୍ତଫା ଦେଇଛନ୍ତି । ସେ ଆସନ୍ତା ମାସରେ ଏସୀୟ ବିକାଶ ବ୍ୟାଙ୍କ (ଏଡିବି)ର ଉପ-ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ।

ନିର୍ବାଚନ ଆୟୋଗରେ ୧୯୮୦ ବ୍ୟାଚର ହରିୟାଣା କ୍ୟାଡର ଆଇଏଏସ ଅଧିକାରୀ ଲାଭାସାଙ୍କ ଆଉ ଦୁଇବର୍ଷ କାର୍ଯ୍ୟକାଳ ଥିଲା । ବରିଷ୍ଠତାକ୍ରମରେ ସେ ଏହି ଦୁଇବର୍ଷର କାର୍ଯ୍ୟକାଳ ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନ ହେବାର ସମ୍ଭାବନା ଥିଲା । କିନ୍ତୁ ସେ ଇସ୍ତଫାଦେବା ପରେ ବରିଷ୍ଠତାକ୍ରମରେ ୩ୟ ସ୍ଥାନରେ ଥିବା ସୁଶୀଲ କୁମାର ସୁନୀଲ ଆରୋରାଙ୍କ ପରେ ଦେଶର ପରବର୍ତ୍ତି ମୁଖ୍ୟ ନିର୍ବାଚନ କମିଶନର ହେବା ଏକରକମ ନିଶ୍ଚିତ ହୋଇଯାଇଛି 

Leave A Reply

Your email address will not be published.