କରୋନା ସଂକ୍ରମଣକୁ ରୋକିବ କମଳଙ୍କ ମନିପର୍ସ

0 160

ଭଦ୍ରକ: ପ୍ରଥମେ ହାଇବ୍ରିଡ୍ କାର୍, ମିନି ଭେକ୍ୟୁମ କ୍ଲିନର, ଫୁଟ୍ ଅପରେଟିଂ ସାନିଟାଇଜର ତିଆରି କରିଥିବା କମଳ ଏବେ ପୁଣି ଚର୍ଚ୍ଚାରେ। ବର୍ତ୍ତମାନ ମନି ପର୍ସ ସାନିଟାଇଜର ଡିଭାଇସ ତିଆରି କରିଛନ୍ତି ଭଦ୍ରକ ଜିଲ୍ଲାର କମଳ କିଶୋର ମାଝି। ଏହି ଡିଭାଇସଟି ନିଶ୍ଚିତ କରୋନା ସଂକ୍ରମଣକୁ ରୋକି ପାରିବ ବୋଲି ଦାବି କରିଛନ୍ତି କମଳ । ମନି ପର୍ସ ସାନିଟାଇଜର ଡିଭାଇସଟି ଛୋଟ ହୋଇଥିଲେ ମଧ୍ୟ ଏହା ନିଶ୍ଚିତ ଭାବେ ଉପଯୋଗୀ ସାବ୍ୟସ୍ତ ହେବ । ସେ କହିଛନ୍ତି ବଜାର ଗଲେ କିମ୍ବା କିଛି କିଣା କିଣି କଲେ ଟଙ୍କାର ବ୍ୟବାହର କରୁ । ତାକୁ ପୁଣି ପକେଟରେ କିମ୍ବା ପର୍ସରେ ରଖି ପରେ ବ୍ୟବହାର କରୁ । ଏହାକୁ ଲକ୍ଷ୍ୟ କରି ମନି ପର୍ସ ସାନିଟାଇଜର ଡିଭାଇସ ତିଆରି କରିଛନ୍ତି କମଲ।  ମାତ୍ର ୭୦୦ଟଙ୍କା ଖର୍ଚ୍ଚ କରି ୩ଘଣ୍ଟାରେ ପ୍ରସ୍ତୁତ ହୋଇଯିବ ଏହି ମନିପର୍ସ ।

Leave A Reply

Your email address will not be published.