ଭାରତରେ ଆଜିଠାରୁ ଆରମ୍ଭ ହେବ ଅନ୍ତିମ ପର୍ଯ୍ୟାୟ ଟ୍ରାଏଲ୍

0 68

ନୂଆଦିଲ୍ଲୀ ୧୯।୦୮: କରୋନା ଭାକ୍ସିନ୍ ରୁଷ ବାହାର କରିବା ପରେ ଏବେ  ବିଭିନ୍ନ ଦେଶ ମଧ୍ୟରେ ପ୍ରତିଯୋଗିତା ଜୋରଦାର ହେବାରେ ଲାଗିଛି ।  ଭାରତରେ ୩ଟି ଟିକାର ପରୀକ୍ଷଣ ବିଭିନ୍ନ ପର୍ଯ୍ୟାୟରେ ଜାରି ରହିଛି । ସେ ମଧ୍ୟରୁ ଗୋଟିଏ ଟିକାର ଥାର୍ଡ ଷ୍ଟେଜ୍ ପରୀକ୍ଷା ଆଜି କରାଯିବ । ନୀତି ଆୟୋଗ ସଦସ୍ୟ ଭି.କେ.ପଲ୍ ଏହି ସୂଚନା ଦେଇଛନ୍ତି ।

ଆଇସିଏମଆର (ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ) ଭାରତ ବାୟୋଟେକ ସହ ମିଶି ଦେଶର ପ୍ରଥମ କରୋନା ଟିକା ପ୍ରସ୍ତୁତ କରିଛି। ଏହାର ନାମ କୋଭାକ୍ସିନ୍ ରଖାଯାଇଛି । ଦେଶରେ ପ୍ରସ୍ତୁତ ହେଉଥିବା ଏହି ସ୍ୱଦେଶୀ ଟୀକା ଉପରେ ସାରାଦେଶବାସୀଙ୍କ ଅନେକ ଆଶା ରହିଛି । ସେହିପରି ଭାରତର ବାୟୋଟେକ୍ ପକ୍ଷରୁ  ଜୁନ୍ ଶେଷ ସପ୍ତାହରେ ଏହି ଟୀକାର  ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହୋଇଥିନଲା । ଦେଶର ବିଭିନ୍ନ ସ୍ଥାନରେ ଏହାର ପରୀକ୍ଷଣ ଆରମ୍ଭ କରାଯାଇଥିଲା ।  ଆଇସିଏମଆର ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି ଟିକା ପରୀକ୍ଷା ଚାଲିଥିଲା। ଦିନ ଗଡିବା ସହ ଟୀକା ମଧ୍ୟ ପରୀକ୍ଷଣରେ ସଫଳତା ମିଳିଥିଲା । ପର୍ଯ୍ୟାୟକ୍ରମେ ଏହି ଟୀକା ଏବେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ପହଞ୍ଚିଛି ।

ସେହିପରି ଅନ୍ୟ ୨ଟି ଟିକା ପ୍ରଥମ ଏବଂ ଦ୍ବିତୀୟ ଷ୍ଟେଜ୍ ରେ ରହିଛି । ଏଥିସହିତ ଅକ୍ସଫୋର୍ଡ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଟିକାର ଥାର୍ଡ ଷ୍ଟେଜ୍ ପରୀକ୍ଷା ଭାରତର ୨୦ଟି ସ୍ଥାନରେ କରାଯିବ । ବିଶେଷ କରି ପୁନେ , ମୁମ୍ବାଇ ଏବଂ ଅହମ୍ମଦାବାଦ ସହିତ ଦେଶର ଅନ୍ୟ କିଛି ସ୍ଥାନରେ ୧୬୦୦ ଭଲ୍ୟୁଣ୍ଟରଙ୍କ ଠାରେ ଏହି ଟିକାର ପରୀକ୍ଷା କରାଯିବ । କୋଭିସିଲ୍ଡ ନାଁରେ ଏହି ଟିକା ଭାରତରେ ଉତ୍ପାଦନ କରାଯିବ । ଅଷ୍ଟ୍ରେଲିଆ ଏହାର ସମସ୍ତ ନାଗରିକଙ୍କୁ ଭାକ୍ସିନ୍ ଦେବା ଲାଗି ଉତ୍ପାଦନ ଆରମ୍ଭ କରିଦେଇଛି । ପାକିସ୍ତାନ ମଧ୍ୟ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା କରିବା ନେଇ ଘୋଷଣା କରିଛି ।  ତେବେ ଯାହା ଚର୍ଚ୍ଚା ହେଉଛି , ଚୀନ ତିଆରି କରିଥିବା ଟିକାକୁ ପାକିସ୍ତାନରେ ପରୀକ୍ଷା କରିବାକୁ ଯାଉଛି । ଯାହାକୁ ପାକିସ୍ତାନ ନିଜର ଟିକା ବୋଲି ଦାବି କରୁଛି ।

Leave A Reply

Your email address will not be published.