୩ କୋଭିଡ୍ ଯୋଦ୍ଧାଙ୍କ ପରିବାରକୁ ପୁରା ଦରମା ଦେଲେ ରାଜସ୍ୱ ବିଭାଗ

0 70

ଭୁବନେଶ୍ୱର, ୧୮|୦୮:  କରୋନା ଲଢେଇରେ ପ୍ରାଣତ୍ୟାଗ କରିଥିବା କୋଭିଡ୍ ଯୋଦ୍ଧାଙ୍କ ପରିବାର ଲୋକ ପାଇବେ ଦରମା । ରାଜସ୍ୱ ବିଭାଗର ୩ ଜଣ କୋଭିଡ ଯୋଦ୍ଧାଙ୍କ ପରିବାର ଲୋକଙ୍କୁ ପୂର୍ଣ୍ଣ ଦରମା ମିଳିବ ।

ସୂଚନାନୁସାରେ, କରୋନା ଭାଇରସରେ ସଂକ୍ରମିତ ହୋଇ ରାଜସ୍ୱ ବିଭାଗର ୩ଜଣ ଅଧିକାରୀ ପ୍ରାଣ ହରାଇଥିଲେ । ସେମାନଙ୍କ ପରିବାର ଲୋକଙ୍କୁ ପୂର୍ଣ୍ଣ ଦରମା ମିଳିବ । ଚାକିରୀ ଥିବା ଯାଏଁ ସେମାନଙ୍କ ପରିବାର ଲୋକଙ୍କୁ ଦରମା ଦିଆଯିବ । ଏନେଇ ରାଜସ୍ୱ ସଚିବ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, କୋଭିଡ୍ ଯୋଦ୍ଧାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ନେଉଛନ୍ତି । ଏପରିକି ଗୁରୁତ୍ୱ ମଧ୍ୟ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ସର୍ବଦା କୋଭିଡ୍ ଯୋଦ୍ଧାଙ୍କ ପ୍ରତି ସମ୍ମାନ ମଧ୍ୟ ପ୍ରଦର୍ଶନ କରିଆସିଛନ୍ତି ।

Leave A Reply

Your email address will not be published.