ରାଜ୍ୟରେ କରୋନା ୧୦ଜଣଙ୍କ ପ୍ରାଣ ନେଲା

0 73

ଭୁବନେଶ୍ୱର: ରାଜ୍ୟରେ ଦିନକୁ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ  ମୃତ୍ୟୁ ସଂଖ୍ୟା ବି ବଢ଼ୁଛି। ୨୪ ଘଣ୍ଟା ମଧ୍ୟରେ ୧୦ ଜଣ ବ୍ୟକ୍ତି କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ତେବେ ଏହାକୁ ମିଶାଇ ରାଜ୍ୟରେ ଏଯାବତ ମୋଟ୍‌ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୭୨କୁ ବୃଦ୍ଧି ପାଇଛି । ଗଞ୍ଜାମ ଜିଲ୍ଲାରୁ ୪ ଜଣ, ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏଁ ଏବଂ ଭଦ୍ରକ ଓ ବରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁମୁଖରେ ପଡ଼ିଥିବା ସୂଚନା ରହିଛି।

କରୋନାରେ ସଂକ୍ରମିତ ହୋଇ ଗଞ୍ଜାମ ଜିଲ୍ଲାରୁ ୫୩ ବର୍ଷୀୟ ଜଣେ ମହିଳା, ୫୮ବର୍ଷୀୟ ଜଣେ ପୁରୁଷ, ୫୦ବର୍ଷର ଜଣେ ପୁରୁଷ ଓ ୪୨ବର୍ଷର ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡରୁ ୫୫ବର୍ଷର ଜଣେ ମହିଳା ଓ ୫୫ବର୍ଷର ଜଣେ ପୁରୁଷ, ବରଗଡରୁ ଜଣେ ୪୬ବର୍ଷର ପୁରୁଷ, ଭଦ୍ରକ ଜିଲ୍ଲାରୁ ଜଣେ ୩୦ବର୍ଷର ମହିଳା ଓ ଭୁବନେଶ୍ୱରରୁ ଜଣେ ୩୨ବର୍ଷ ଓ ଜଣେ ୮୦ବର୍ଷ ପୁରୁଷ କରୋନା ଆକ୍ରାନ୍ତଙ୍କର ଗତ ୨୪ଘଣ୍ଟା ମଧ୍ୟରେ ମୃତ୍ୟୁ ହୋଇଥିବା ସୂଚନା ରହିଛି।

Leave A Reply

Your email address will not be published.