ମାଗଣା ଗହମରେ ମିଶିଛି ମାଟିଗୋଡ ି ଏଫସିଆଇ ନା ଯୋଗାଣ ବିଭାଗ; କିଏ ଦାୟୀ?

0 62

ଭଦ୍ରକ, ଚାନ୍ଦବାଲି ବ୍ଲକ ମତୋ ଗ୍ରାମ ପଂଚାୟତରେ ନିିକଟରେ କୋଭିଡ ସମୟରେ ମାଗଣାରେ ବଂଟାଯାଉଥିବା ଗହମ ଅତି ନିମ୍ନମାନର ବୋଲି ଅଭିଯୋଗ ହୋଇଛି । ବଂଟନ କରାଯାଇଥିବା ଗହମରେ ମାଟିିଗୋଡି ମିଶିଛି । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ନେଇ ଲୋକେ ଯୋଗାଣ ବିଭାଗର ମାର୍କେଟିଂ ଅଫିସରଙ୍କୁ ଅବଗତ କରାଇଛନ୍ତି । ପରେ ଜିଲାପାଳଙ୍କ ଦପ୍ତରକୁ ମଧ୍ୟ ଅଭିଯୋଗ ପତ୍ର ଦେଇଛନ୍ତି । ତେବେ ର୍ମାେକଟିଂ ଇନିସପେକ୍ଟର ଆଜି ଅଭିଯୋଗର କ୍ଷେତ୍ରୀୟ ତଦନ୍ତରେ ଚଷାଖଣ୍ଡ ଗ୍ରାମର ଉପଭୋକ୍ତାଙ୍କୁ ଭେଟିବା ପରେ ଗହମରେ ମୋଟିଗୋଡି ମିଶିଥିବା କଥା ଠିକ ବୋଲି ଜାଣିବାକୁ ପାଇଥିଲେ । ମାତ୍ର ଭାରତୀୟ ଖାଦ୍ୟନିଗମ ଗୋଦାମରୁ ଏଭଳି ମାନର ଗହମ ଆସୁଛି ବୋଲି ସ୍ଥାନୀୟ ଚଷାଖଣ୍ଡ ଗ୍ରାମର ଉପଭୋକ୍ତାଙ୍କୁ କହିଥିଲେ । ଏ ସମ୍ପର୍କରେ ଆମେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବୁ ବୋଲି ମାର୍କେଟିଂ ଇନିସପେକ୍ଟର ଖାଉଟିଙ୍କୁ କହିଥିଲେ । ତେବେ ର୍ମାେକଟିଂ ଇନିସପେକ୍ଟରଙ୍କ କଥା ଯଦି ସତ ହୁଏ ତେବେ ଏଫସିଆଇ ଗୋଦାମରୁ ଉପଭୋକ୍ତାଙ୍କ ଲାଗି ଏମିତିକା ଗହମ କାହିଁକି ଇସ୍ୟୁ ହେଉଛି ବୋଲି ସାଧାରଣରେ ପ୍ରଶ୍ନ ଆସିଛି । ଉଲ୍ଲେଖନୀୟ ଯେ; ଖାଦ୍ୟ ନିଗମ ଗହମ ଅଥବା ଚାଉଳ ରିସିଭ/ଗ୍ରହଣ କରିବା ପୂର୍ବରୁ ଉପଯୁକ୍ତ ମାନର କି ନୁହେଁ ତାହାର ଯାଂଚ କରାଯାଇଥାଏ । ଏଥିନେଇ ସ୍ୱତନ୍ତ୍ର ଅଧିକାରୀ ନିୟୋଜିତ ଥା’ନ୍ତି । ତେବେ ବର୍ତମାନ କେମିତି ମାଟିଗୋଡି ମିଶା ଗହମ ଏଫସିଆଇ ଗୋଦାମରୁ ବାହାରୁଛି ବୋଲି ସ୍ୱାଭାବିକ ପ୍ରଶ୍ନ ଆସୁଛି । ପ୍ରକୃତପକ୍ଷେ ସରକାର ଏଭଳି ନିମ୍ନମାନର ଗହମ ଯୋଗାଣର ବ୍ୟବସ୍ଥା କରିଛନ୍ତି ନା ଏଫସିଆଇର କର୍ମଚାରୀ ଓ ଯେଗ।।ଣ ବିଭାଗ ମଧ୍ୟରେ ସଲାସୁତୁରା ହୋଇ ଏମିତିକା ଗହମ ବଂଟନ କରାଯାଉଛି ତାହା ତଦନ୍ତସାପେକ୍ଷ ହୋଇଛି । ଜିଲାପାଳ ଏହାର ତଦନ୍ତ ନିର୍ଦ୍ଦେଶ ଦେଲେ ସତ ଲୋକଲୋଚନକୁ ଆସନ୍ତା ।

Leave A Reply

Your email address will not be published.