୩୪ ଯାତ୍ରୀଙ୍କ ସହ ବସ୍ ହାଇଜ୍ୟାକ୍

0 68

ଟ୍ରେସ ହୋଇପାରିନାହିଁ ବସ୍: ସୀମା ସିଲା

ଆଗ୍ରା : କିସ୍ତି ନ ଦେଇଥିବାରୁ ଶ୍ରୀରାମ କମ୍ପାନୀର କର୍ମଚାରୀଙ୍କ ଦ୍ୱାରା ଯାତ୍ରୀଙ୍କ ସମେତ ବସ ଅପହରଣ କରାଯାଇଥିବା ମାମଲାରେ ନୂଆ ଖୁଲାସା ହୋଇଛି | ଅପହରଣ ହୋଇଥିବା ବସରେ ଥିବା ୩୪ ଯାତ୍ରୀଙ୍କୁ ବାଲାଜୀ ଟ୍ରାଭେଲସ କମ୍ପାନୀର ଏକ ବସ ଯୋଗେ ଝାନ୍ସୀ ପଠାଯାଇଛି ବୋଲି କୁହାଯାଉଛି | ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି | ଝାନ୍ସୀ ଡିଏମ ଆନ୍ଦ୍ରା ୱାମସି କହିଛନ୍ତି ଯେ ବସ ଏଯାଏଁ ଝାନ୍ସୀରେ ପହଞ୍ଚିନି | ଝାନ୍ସୀ-ମଧ୍ୟପ୍ରଦେଶ ସୀମାରେ ଘନଘନ ଚେକିଙ୍ଗ ଜାରି ରହିଛି | ସୀମାକୁ ସିଲ କରାଯାଇଛି | ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି | ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅବନିଶ ଅବସ୍ତି କହିଛନ୍ତି ଯେ ମାମଲାରେ ଆଗ୍ରା ଡିଏମ ଓ ଏସଏସପିଙ୍କୁ ଦୃଢ କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦେଶ ଦିଆଯାଇଛି | ଅବସ୍ତି କହିଛନ୍ତି ଯେ ଡିଏମ ଏବଂ ଏସଏସପିଙ୍କୁ ଏହି ମାମଲାରେ ରିପୋର୍ଟ ତଲବ କରିବାକୁ କୁହାଯାଇଛି | ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ବୋଲି ସେ କହିଛନ୍ତି | ମଙ୍ଗଳବାର ରାତିରେ ବସ ମାଲିକଙ୍କ ମୃତ୍ୟୁ ହୋଇଛି | ବସ ମାଲିକଙ୍କ ପୁଅ ତାଙ୍କ ଅନ୍ତିମ ସଂସ୍କାରରେ ଲାଗିଛନ୍ତି |

ଏହି ମାମଲାରେ ବସ କଣ୍ଡକ୍ଟରଙ୍କ ବୟାନ ମଧ୍ୟ ନିଆଯାଇଛି | କଣ୍ଡକ୍ଟର ରାମ ବିଶାଳ ପଟେଲ କହିଛନ୍ତି ଯେ ଦୁଇଟି ଗାଡିରେ ଫାଇନାନ୍ସ କମ୍ପାନୀ କର୍ମଚାରୀ ଆସିଥିଲେ | ୮ଟି କିସ୍ତି ଦିଆହୋଇନି ବୋଲି ସେମାନେ କହୁଥିଲେ | ଏହାପରେ ସେ ବସ ନେଇ ଚାଲିଯାଇଥିଲେ |ଫାଇନାନ୍ସ କମ୍ପାନୀର ଏହି ଦାଦାଗିରି ପରେ ପୋଲିସ ବିଭାଗରେ ଉତ୍ତେଜନା ଦେଖାଦେଇଛି | ପୋଲିସର କିଛି ଟିମ ବସକୁ ଖୋଜିବାରେ ଲାଗିଛନ୍ତି | ଏବେ ପର୍ଯ୍ୟନ୍ତ ବସର କୌଣସି ପତା ମିଳିନାହିଁ | ବସରେ ଥିବା ଯାତ୍ରୀ ନିଜ ନିଜ ଘରକୁ ଚାଲିଯାଇଥିବେ ବୋଲି ପୋଲିସ ଅଧିକାରୀ ଆଶଙ୍କା ଜାହିର କରିଛନ୍ତି | କିନ୍ତୁ ତାହା ସ୍ପଷ୍ଟ ହୋଇନାହିଁ | ଏସଏସପି କହିଛନ୍ତି ଯେ, ଫାଇନାନ୍ସ କମ୍ପାନୀର କର୍ମଚାରୀ UP75M 3516 ନମ୍ବର ବସକୁ ଓଭରଟେକ କରି ବସକୁ କବଜା କରି ନେଇଥିଲେ | ମାମଲାରେ ଏଫଆଇଆର ଲେଖାଯାଇଛି |

Leave A Reply

Your email address will not be published.