ପୁଣି ଶିଶୁକନ୍ୟା ଅଲୋଡ଼ା ହେଲା

0 76

ରାୟଗଡା:  ପୁଣି ଶିଶୁକନ୍ୟା ଅଲୋଡ଼ା ହେଲା । ଜନ୍ମ ଦେବାପରେ ବୁଦାମୂଳେ ଛାଡି ଚାଲିଯାଇଛି ମା। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କୋଲନରା ଗାଁରେ । ସୂଚନାନୁସାରେ, ଆଜି ଜଣେ ମହିଳା ସକାଳେ ମଇଳା ଫିଙ୍ଗିବାକୁ ଯାଇଥିବାବେଳେ ଗାଁ ମଝିରେ ଥିବା ଗୌରାଙ୍ଗ ମନ୍ଦିର ନିକଟ ବୁଦା ମୁଳରୁ ହଟାତ ଏକ ନବଜାତ ଶିଶୁକନ୍ୟାର କାନ୍ଦ ଶୁଣିବାକୁ ପାଥିଲେ । ତେବେ ସେଠାକୁ ଯାଇ ଏକ ନବଜାତ ଶିଶୁକନ୍ୟା ପଡିଥିବା ଦେଖିବାକୁ ପାଇଥିଲେ । ପିଲାଟିର ଦେହରେ ପିମ୍ପୁଡି ଚଢି ଯାଇଥିବାବେଳେ ପଡ଼ୋସିଙ୍କୁ ଜଣାଇବାପରେ ସଙ୍ଗେ ସଙ୍ଗେ ଶିଶୁଟିକୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ମହିଳା ଜଣକ । ତେବେ ଶିଶୁଟିର ସ୍ୱାସ୍ଥ୍ୟ ବର୍ତ୍ତମାନ ସୁସ୍ଥ ଥିବା ଜଣାପଡିଛି । ତେବେ କିଏ କେଉଁ ପରିସ୍ଥିତିରେ ଶିଶୁଟିକୁ ଛାଡିଚାଲିଯାଇଛି ଜଣା ପଡ଼ିନାହିଁ । ଏନେଇ ପୋଲିସ ତଦନ୍ତ ଜାରି ରଖିଛି । କୋଲନରା ଗୌରାଙ୍ଗ ମନ୍ଦିର ନିକଟ ରୁ  ନବଜାତ ଶିଶୁ ଉଦ୍ଧାର ,ଉଦ୍ଧାର ଶିଶୁକୁ ସ୍ଥାନୀୟ ବାସିନ୍ଦା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଛନ୍ତି ।

Leave A Reply

Your email address will not be published.