ମରିସସ୍ ଜାହାଜ ତେଲ୍ ଲିକ୍ ଘଟଣାରେ ଭାରତୀୟ କ୍ୟାପଟେନ୍ ଗିରଫ

0 70

ନୂଆଦିଲ୍ଲୀ : ମରିସସ୍ ଉପକୂଳରୁ ୧୦୦୦ ଟନ୍ ତେଲ ଲିକ୍ ହୋଇଥିବା ଜାପାନ ଜାହାଜର ଦୁଇଟି ବଡ଼ ଅଂଶ ଭାଙ୍ଗିଯାଇଛି । ଏହା ପରେ ମରିସସ୍ କର୍ତ୍ତୃପକ୍ଷ ଜାପାନ ଜାହାଜର ଭାରତୀୟ ପାଇଲଟ୍ଙ୍କୁ ଗିରଫ କରାଯାଇଛି । ଏଥିସହ ସେଠାରେ ଥିବା ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି । ପୋଲିସ ଇନ୍ସପେକ୍ଟର ସିଭୋ କୋଥେନ୍ କହିଛନ୍ତି ଯେ ଭାରତରୁ ଆସିଥିବା ଏମ.ଭି ଭାକାଶିଓର କ୍ୟାପଟେନ ସୁନୀଲ କୁମାର ନନ୍ଦେଶ୍ୱର ସୁରକ୍ଷିତ ନାଭିଗେସନ୍ ପ୍ରତି ବିପଦ ଆଣିଥିବା ଅଭିଯୋଗ ହୋଇଛି ଏବଂ ଆସନ୍ତା ସପ୍ତାହର ଜାମିନ ଶୁଣାଣି ପର୍ଯ୍ୟନ୍ତ ସେ ଜେଲରେ ରହିବେ । ପୋଲିସ ଇନ୍ସପେକ୍ଟର କହିଛନ୍ତି ଯେ ଜାହାଜର ପ୍ରଥମ ଅଧିକାରୀ ମଧ୍ୟ ଅଭିଯୁକ୍ତ ଅଟନ୍ତି ଏବଂ ତାଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ । ପୋଲିସ ଇନ୍ସପେକ୍ଟର ସିଭୋ କୋଥେନ୍ କହିଛନ୍ତି ଯେ ଆମେ ଏହି ଘଟଣାରେ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରୁଛୁ ଏବଂ ସମସ୍ତ କ୍ରୁ ସଦସ୍ୟଙ୍କ ବିବୃତ୍ତି ଗ୍ରହଣ କରୁଛୁ । ସୂଚନାଯୋଗ୍ୟ ଯେ ଜୁଲାଇ ୨୫ ରେ, ଏକ ମାଲବାହୀ ଜାହାଜ ଏମ.ଭି ଭାକାଶିଓ ମରିସସର ଦକ୍ଷିଣ-ପୂର୍ବ ଭାଗରେ ପରିବେଶଗତ ସମ୍ବେଦନଶୀଳ ତଥା ପ୍ରମୁଖ ପର୍ଯ୍ୟଟନ ସ୍ଥଳ ନିକଟରେ ଅଟକି ରହିଥିଲା । ଜାପାନର ସିପିଂ କମ୍ପାନୀ ମେସର୍ସ ଓକିଓ ମାରିଟାଇମ୍ କର୍ପ ମାଲିକାନାରେ ଥିବା ୩୦୦ ମିଟର ଲମ୍ବର ଜାହାଜ ବ୍ରାଜିଲ ଯାଉଥିଲା । ଏଥିରେ ପ୍ରଚୁର ପରିମାଣର ଇନ୍ଧନ ଥିଲା । ତେବେ ପ୍ରବଳ ତରଙ୍ଗ ଦ୍ୱାରା ଆବଦ୍ଧ ହେବା ପରେ ଜାହାଜଟି ବିସ୍ଫୋରଣ ହୋଇ ୬ ଅଗଷ୍ଟରେ ତେଲ ଲିକ୍ ହେବାକୁ ଲାଗିଲା । ୪୦୦୦ ଟନ୍ ମଧ୍ୟରୁ କ୍ଷତିଗ୍ରସ୍ତ ଜାହାଜ ୧୦୦୦ ଟନ୍ ଇନ୍ଧନ ଲିକ୍ କରିଛି । ଅବଶିଷ୍ଟ ୩୦୦୦ ଟନ୍ ଇନ୍ଧନ ଜାହାଜରୁ ବାହାର କରି ନିଆଯାଇଥିଲା । ଏଥିସହିତ ଏହା ପରିବେଶ ପାଇଁ ବହୁତ କ୍ଷତି ପହଞ୍ଚାଇବ ବୋଲି ପରିବେଶ ଗୋଷ୍ଠୀ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.