ପିପିପି ମୋଡରେ ଏଏଆଇର ୩ ବିମାନବନ୍ଦର ଘରୋଇକରଣ ପ୍ର୍ରସ୍ତାବକୁ କ୍ୟାବିନେଟ୍ ମୋହର

0 94

ନୂଆଦିଲ୍ଲୀ : ଏୟାରପୋର୍ଟସ୍ ଅଥରିଟି୍ ଅଫ୍ ଇଣ୍ଡିଆର ଜୟପୁର, ଗୌହ୍ୱାଟି ଓ ତିରୁଭନ୍ତପୁରମ୍ ବିମାନବନ୍ଦରକୁ ପିପିପି ମୋଡ୍ରେ ଲିଜ୍ ସୂତ୍ରରେ ଦିଆଯିବାର ନିଷ୍ପତ୍ତି ଉପରେ କେନ୍ଦ୍ର କ୍ୟାବିନେଟ୍ ମୋହର ମାରିଛି । ଏହାକୁ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦ୍କର ଓ ଜିତେନ୍ଦ୍ର ସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପୂର୍ବରୁ ମୋଦି ସରକାର ଏଏଆଇର ୧୨ଟି ବିମାନବନ୍ଦରକୁ ଘରୋଇକରଣ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମ ଫେଜ୍ରେ ୬ଟି ବିମାନବନ୍ଦର ଯଥା ଅହମ୍ମଦାବାଦ, ମାଙ୍ଗାଲୋର, ଲକ୍ଷେ୍ନø, ଗୌହ୍ୱାଟି, ତିରୁଭନ୍ତପୁରମ୍ ଓ ଜୟପୁରକୁ ପିପିପି ମୋଡ୍ରେ ଲିଜ୍ ଦିଆଯାଇଛି । ଆଦାନୀ ଗ୍ରୁପ୍ ଏହି ସମସ୍ତ ବିମାନବନ୍ଦରକୁ ବିଡିଂ ପ୍ରକ୍ରିୟାରେ ସର୍ବୋଚ୍ଚ ବିଡ୍ ମାଧ୍ୟମରେ ପାଇଛି । କାରଣ ଗ୍ରୁପ୍ ତିନିଟି ବିମାନବନ୍ଦର – ଅହମ୍ମଦାବାଦ, ମାଙ୍ଗାଲୁରୁ, ଏବଂ ଲକ୍ଷେ୍ନø ପାଇଁ ଏଏଆଇ ସହିତ ଫେବୃୟାରୀ ୧୪, ୨୦୨୦ରେ ଚୁକ୍ତିନାମା ସ୍ୱ୍ୱାକ୍ଷର କରାଯାଇଥିଲା । ଅନ୍ୟ ତିନୋଟି ବିମାନବନ୍ଦର ପାଇଁ, ଏହା ଏପର୍ଯ୍ୟନ୍ତ କନ୍ସେସନାର ଚୁକ୍ତିନାମା ସ୍ୱାକ୍ଷର କରିବାକୁ ବାକି ଅଛି । ମଙ୍ଗଳବାର ଏକ ୱେବିନିନର୍ ସମୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ କହିଥିଲେ ଯେ ବିମାନବନ୍ଦରକୁ ଘରୋଇକରଣ ପାଇଁ ମନ୍ତ୍ରଣାଳୟ କେନ୍ଦ୍ର କ୍ୟାବିନେଟ୍ ଆଗରେ ପ୍ରସ୍ତାବ ଦେବ ।

Leave A Reply

Your email address will not be published.