ଜେଡିୟୁରେ ସାମିଲ ହେବେ ଲାଲୁଙ୍କ ସମୁଦି

0 68

ପାଟନା : ବିହାରରେ ବିଧାନସଭା ନିର୍ବାଚନ ପୂର୍ବରୁ ନେତାଙ୍କ ଦଳବଦଳ ପ୍ରକ୍ରିୟା ତୀବ୍ର ହେବାରେ ଲାଗିଛି । ଏବେ ଖବର ହେଉଛି ଲାଲୁ ପ୍ରସାଦ ଯାଦବଙ୍କ ସମୁଦି ଚନ୍ଦ୍ରିକା ରାୟ ରାଷ୍ଟ୍ରୀୟ ଜନତା ଦଳ ଛାଡି ଜେଡିୟୁରେ ଯୋଗଦେବାକୁ ଯାଉଛନ୍ତି । ଚନ୍ଦ୍ରିକା ରାୟଙ୍କ ବ୍ୟତୀତ ଅନ୍ୟ ୨ ଜଣ ବିଧାୟକ ମଧ୍ୟ ଜେଡିୟୁରେ ଯୋଗଦେବାକୁ ଯାଉଛନ୍ତି । ସମସ୍ତ ତିନିଜଣ ବିଧାୟକ ଆସନ୍ତାକାଲି ଗୁରୁବାର ଦିନ ଜେଡିୟୁରେ ଯୋଗ ଦେଇପାରନ୍ତି । ବିଧାନସଭା ନିର୍ବାଚନ ପୂର୍ବରୁ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ଦଳର ବିଧାୟକ ଚନ୍ଦ୍ରିକା ରାୟଙ୍କ ସମେତ ଅନ୍ୟ ୨ ଜଣ ବିଧାୟକ ଦଳ ଛାଡି ଗୁରୁବାର ଜନତା ଦଳ ୟୁନାଇଟେଡ (ଜେଡିୟୁ) ରେ ଯୋଗଦେବେ । ଚନ୍ଦ୍ରିକାଙ୍କ ସହ ଆସନ୍ତାକାଲି ଜେଡିୟୁରେ ଯୋଗଦେବାକୁ ଥିବା ଅନ୍ୟ ୨ ଜଣ ବିଧାୟକ ହେଉଛନ୍ତି ଫରାଜ ଫାତ୍ମି ଏବଂ ଜୟୱାର୍ଦ୍ଧନ ଯାଦବ । ଚନ୍ଦ୍ରିକା ରାୟ ଛପ୍ରାର ପାର୍ସା ବିଧାନସଭା ଆସନରୁ ବିଧାୟକ ଏବଂ ଫେବୃଆରୀରେ ଆରଜେଡି ଛାଡିଥିଲେ । ଚନ୍ଦ୍ରିକା ରାୟ ହେଉଛନ୍ତି ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବଙ୍କ ଶ୍ୱଶୁର । ନିକଟରେ ତେଜ ପ୍ରତାପ ଯାଦବ ଏବଂ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଥିଲା ଯାହା ପରେ ଚନ୍ଦ୍ରିକା ରାୟ ଆରଜେଡି ଛାଡିଥିଲେ ।

Leave A Reply

Your email address will not be published.