କରୋନାରେ ପରିବାର ମୁଖ୍ୟଙ୍କ ମୃତ୍ୟୁ ପରେ ପରିବାରର ସମସ୍ତ ସଦସ୍ୟଙ୍କ ଆତ୍ମହତ୍ୟା

0 62

ରାଜମୁନ୍ଦରୀ : ଦେଶରେ କରୋନା ଭାଇରସ୍ର ପ୍ରକୋପ ଜାରି ରହିଛି । ପ୍ରତ୍ୟେକ ଦିନ ଏହି କରୋନା ଯୋଗୁଁ ବହୁ ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି । ସେପଟେ ଆନ୍ଧ୍ରପ୍ରଦେଶରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । କରୋନା କାରଣରୁ ଏକ ପରିବାରର ମୁଖ୍ୟଙ୍କର ମୃତ୍ୟୁ ହେବା ପରେ ପରିବାରର ସମସ୍ତେ ଆତ୍ମହତ୍ୟା କରିଥିବା ଖବର ଆସିଛି । ଏହି ମାମଲା ୱେଷ୍ଟ ଗୋଦାବରୀର ରାଜମୁନ୍ଦରୀ ଯେଉଁଠାରେ ଗୋଟିଏ ପରିବାରର ତିନିଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି । ଏହି ତିନି ଜଣଙ୍କ ମଧ୍ୟରେ ମା, ପୁଅ ଏବଂ ଝିଅ ଅନ୍ତର୍ଭୁକ୍ତ । ତିନିଜଣ ଗୋଦାବରୀ ନଦୀ ପାର ହୋଇ ବ୍ରିଜରୁ ଡେଇଁପଡିଥିଲେ । ବୁଡ଼ିଯିବା କାରଣରୁ ତିନିଜଣଙ୍କର ମୃତ୍ୟୁ ହୋଇଛି । ନିକଟରେ କରୋନା ଯୋଗୁଁ ପରିବାରର ମୁଖ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ ଏହି ଘଟଣା ସାମ୍ନାକୁ ଆସିଛି । ୪ ଦିନ ପୂର୍ବେ, କରୋନା ସଂକ୍ରମିତ ଯୋଗୁଁ ପରିବାରର ମୁଖ୍ୟ ୫୨ ବର୍ଷିୟ ନରସାୟାଙ୍କର ମୃତ୍ୟୁ ହୋଇଥିଲା । ପୋଲିସର ସୂଚନାନୁସାରେ ନରସାୟାଙ୍କ ମୃତ୍ୟୁ ପରଠାରୁ ପରିବାର ବହୁତ ଉଦାସୀନ ଥିଲେ । ତେବେ ଏହି ଘଟଣା ପରେ ପରିବାରର ସମ୍ପର୍କୀୟ ଏବଂ ବନ୍ଧୁମାନେ ଉକ୍ତ ପରିବାରକୁ ସମର୍ଥନ ନକରିବା ଓ ଉକ୍ତ ପରିବାର ଏକପ୍ରକାର ବାସନ୍ଦାଦେଶ ଉପଲବ୍ôଧ କରି ଏଭଳି ନିଷ୍ପତ୍ତି ନେଇଥିବା ଜଣାଯାଇଛି । ପୋଲିସର ସୂଚନାନୁସାରେ, ପୁଅ ନରସିଂହ ଫାନିକୁମାର (୨୫), ଝିଅ ଲକ୍ଷ୍ମୀ ଅପର୍ନା ଏବଂ ମାତା ପାରିମି ସ୍ନୁନିଟା (୫୦) ଆତ୍ମହତ୍ୟା କରିଛନ୍ତି । ଏଥିସହ ଯେଉଁ କାର୍ରେ ସେମାନେ ବ୍ରିଜ୍ ନିକଟକୁ ଯାଇଥିଲେ ପୋଲିସ ଉକ୍ତ କାର୍କୁ ଜବତ କରିଛି । ମୃତଦେହ ଉଦ୍ଧାର କରିବାକୁ ପୋଲିସ ଚେଷ୍ଟା ଜାରି ରଖିଛି ।

Leave A Reply

Your email address will not be published.