ଲଘୁଚାପ ଯୋଗୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା

0 62

ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା

କାଲିଠୁ ବର୍ଷା କମିବା ନେଇ ସୂଚନା 

୨୩ରେ ଆଉ ଏକ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର : ଆଗାମୀ କିଛି ଘଂଟା ମଧ୍ୟରେ ଅବପାତର ରୂପନେବ ୱେଲମାର୍କ ପ୍ରେସର ।  ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷାଲାଗି ରହିଛି । ସାଲେପୁରରେ ୩୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ନବରଙ୍ଗପୁରରେ ବି ପ୍ରବଳ ବର୍ଷା ହେଉଛି । କୋରାପୁଟ, ମାଲକାନଗିରି, ସୋନପୁର, ବରଗଡ, ଦେବଗଡ଼, କେନ୍ଦୁଝରରେ ପ୍ରବଳ ବର୍ଷା ନେଇ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ୨୪ ଘଂଟାରେ ଉପକୂଳରେ ବର୍ଷା କମିବ ,ହେଳେ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ହେବ । କାଲିଠୁ ବର୍ଷାର ପ୍ରଭାବ କମିବ । ସବୁ ବନ୍ଦରରେ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି ।  ୨୩ରେ ଆଉ ଏକ ଲଘୁଚାପର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଲଘୁଚାପ ଯୋଗୁ ୫ ଜିଲ୍ଲାରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ନବରଙ୍ଗପୁର ସର୍ବଧିକ ୧୩୦ ଦଶମିକ ୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । କଟକରେ ୧୧୭ ଦଶମିକ ୨ ମିଲିମିଟର,ଯାଜପୁରରେ ୧୧୧ ଦଶମିକ ୮, କୋରାପୁଟରେ ୧୦୦ ଦଶମିକ ୮,କେନ୍ଦ୍ରାପଡାରେ ୧୦୦ ଦଶମିକ ୨ ,ମାଲାକାନଗିରିରେ ୯୮ ଦଶମିକ ୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।କଳାହାଣ୍ଡିରେ ୮୮ ଦଶମିକ ୭ , ଢେଙ୍କାନାଳରେ ୮୭ ଦଶମିକ ୦ ମିଲିମିଟର, ଜଗତସିଂହପୁରରେ ୮୬ ଦଶମିକ ୩ ମିଲିମଟର, ଭଦ୍ରକରେ ୮୫ ଦଶମିକ ୩, କନ୍ଧମାଳରେ ୭୧ ଦଶମିକ ୩ , କେନ୍ଦୁଝରରେ ୬୬ ଦଶମିକ ୪, ବଲାଙ୍ଗୀରରେ ୫୯, ପୁରୀରେ ୫୪ ଦଶମିକ ୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

Leave A Reply

Your email address will not be published.