ଏମଡି ପଦବୀରୁ ଇସ୍ତଫା ଦେଲେ ଆଚାର୍ଯ୍ୟ ବାଳକୃଷ୍ଣ

0 41

̄ÿçμÿæSêß ×æßê Lÿþçsç 6ZÿÀÿ { ̄ÿðvÿLÿ

ରାମଦେବ ବାବାଙ୍କ ସାନ ଭାଇ ହେଲେ ନୂଆ ଏମଡି

ନୂଆଦିଲ୍ଲୀ : ଗତ ବର୍ଷ ବାବା ରାମଦେବଙ୍କ ପତଞ୍ଜଳି କମ୍ପାନୀ ରୁଚି ସୋୟାକୁ କିଣିଥିଲେ | ସେତେବେଳେ ବାଳକୃଷ୍ଣ ରୁଚି ସୋୟାର ଏମଡି ପଦବୀ ଦିଆଯାଇଥିଲା | ଆଚାର୍ଯ୍ୟ ବାଳକୃଷ୍ଣ ଏମଡି ପଦବୀରୁ ଇସ୍ତଫା ଦେଇଥିବା କମ୍ପାନୀ ଘୋଷଣା କରିଛି | ବୁଧବାର ଦିନ କମ୍ପାନୀ ଜୁନ ତ୍ରୟମାସର ଫଳାଫଳ ଘୋଷଣା କରିଥିଲା | ଏହି ସମୟରେ କମ୍ପାନୀର ଲାଭ ୧୩ ପ୍ରତିଶତ ହ୍ରାସ ପାଇ ୧୨.୨୫ କୋଟି ଟଙ୍କା ଥିଲା ଯାହା ବର୍ଷେ ପୂର୍ବରୁ ୧୪.୦୧ କୋଟି ଟଙ୍କା ଥିଲା |   ଜୁନ ତ୍ରୟମାସରେ କମ୍ପାନୀର ମୋଟ ଆୟ ହ୍ରାସ ପାଇ ୩୦୫୭.୧୫ କୋଟି ଟଙ୍କା ହୋଇଥିଲା ଯାହା ଗତ ବର୍ଷ ଜୁନ ତ୍ରୟମାସରେ ୩୨୨୫.୬୫ କୋଟି ଟଙ୍କା ଥିଲା | କମ୍ପାନୀର ଏକ ନିୟାମକ ସୂଚନାରେ କୁହାଯାଇଛି ଯେ ଆଚାର୍ଯ୍ୟ ବାଳକୃଷ୍ଣ ନିଜ ବ୍ୟବସ୍ଥା କାରଣରୁ ଏମଡି ପଦବୀରୁ ଇସ୍ତଫା ଦେଇଛନ୍ତି | ବୋର୍ଡ ଅଫ ଡାଇରେକ୍ଟର୍ସ ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି | ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ନନ- ଏକଜିକ୍ୟୁଟିଭ ନନ-ଇଣ୍ଡିପେଣ୍ଡେଣ୍ଟ ଡ଼ାଇରେକ୍ଟର କରାଯାଇଛି ଯାହା ଅଗଷ୍ଟ ୧୯ ତାରିଖକୁ ଲାଗୁ ହୋଇଛି | ସେ ବୋର୍ଡର ଚେୟାରମ୍ୟାନ ରହିବେ | କମ୍ପାନୀର ପୂର୍ଣକାଳୀନ ନିର୍ଦେଶକ ରାମ ଭରତଙ୍କୁ କମ୍ପାନୀର ନୂଆ ଏମଡି କରାଯାଇଛି | ରାମ ଭରତ ବାବା ରାମଦେବଙ୍କ ସାନ ଭାଇ | ବୁଧବାର ଦିନ ତାଙ୍କୁ ଏମଡି ପଦବୀରେ ନିଯୁକ୍ତ କରାଯାଇଛି | ପତଞ୍ଜଳି ଗ୍ରୁପ ଅସମର୍ଥ ପ୍ରକ୍ରିୟାରେ ରୁଚି ସୋୟାକୁ କିଣିଥିଲେ | ରୁଚି ସୋୟା ଖାଇବା ତେଲ ପ୍ରସ୍ତୁତ କରୁଥିଲା |

Leave A Reply

Your email address will not be published.