ପ୍ରବଳ ବର୍ଷା, ଭୁଶୁଡ଼ିଲା ଚାରି ମହଲା କୋଠା

0 68

ଗୁରୁଗ୍ରାମ : ଗୁରୁବାର ଦିନ ହରିୟାଣାର ମିଲେନିୟମ୍ ସିଟି ଗୁରୁଗ୍ରାମରେ ବର୍ଷା ପରେ ସହରର ଏକ ·ରି ମହଲା ଘର ଭୁଶୁଡି ପଡିଛି । ଗୁରୁବାର ସକାଳୁ ଗୁରୁଗ୍ରାମରେ ପ୍ରବଳ ବର୍ଷା ହୋଇଛି । ପ୍ରବଳ ବର୍ଷା ହେତୁ ରାସ୍ତା ଅବରୋଧ ହୋଇଯିବା ପରେ ଲୋକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ଏହି ସମୟରେ ଗୁରୁଗ୍ରାମ ସେକ୍ଟର -୪୬ରେ ପ୍ରବଳ ବର୍ଷା ହେତୁ ·ରି ମହଲା କୋଠା ଭୁଶୁଡି ପଡିଥିଲା । ସେଠାରେ ଥିବା ଲୋକମାନେ ବିଲ୍ଡିଂଟି ଢ଼ଳିଯାଇଥିବାର ଖବର ପୋଲିସକୁ ଦେଇଥିଲେ । ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୁରା କୋଠାକୁ ଖାଲି କରିଥିଲା । ଏଥିସହ ଉକ୍ତ କୋଠା ନିକଟକୁ ଲୋକମାନଙ୍କୁ ନଯିବାକୁ ନିର୍ଦ୍ଦେଶ ଦେଇଥିଲେ । ସୂଚନାଯୋଗ୍ୟ କି ଗୁରୁବାର ସକାଳୁ ବର୍ଷା ଯୋଗୁଁ ସମଗ୍ର ଗୁରୁଗ୍ରାମ ସହର ଜଳାର୍ଣ୍ଣବ ହୋଇଯାଇଥିଲା । ସହରର ଅନେକ ଅଞ୍ଚଳ ଜଳବନ୍ଦୀରେ ରହିଥିଲା । ଏପରିକି କିଛି ଲୋକ ନିଜ ନିଜର କାର୍ ଛାଡ଼ି ଡଙ୍ଗା ସହାୟତାରେ ରାସ୍ତା ପାର୍ ହେଉଥିବାର ଦୃଶ୍ୟମାନ ହୋଇଥିଲା । ଏହି ସମୟରେ ଗୁରୁଗ୍ରାମ ପୋଲିସ ଲୋକଙ୍କୁ ଅତି ଆବଶ୍ୟକ ହେଲେ ଘରୁ ବାହାରିବାକୁ ନିବେଦନ କରିଥିଲେ । ପାଣିପାଗ ବିଭାଗ ଅନୁଯାୟୀ, ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବର୍ଷା ପାଇଁ ଦୁଇ ଦିନିଆ ସତର୍କ ସୂଚନା ଜାରି କରାଯାଇଛି ।

Leave A Reply

Your email address will not be published.