ଧୋନିଙ୍କ ଅବସର ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାବପ୍ରବଣ ଚିଠି

0 78

ନୂଆଦିଲ୍ଲୀ : ଭାରତକୁ ଦୁଇଟି ବିଶ୍ୱକପ ଜିତାଇଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଜଣାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସଫଳତାକୁ ପ୍ରଶଂସା କରି ଏକ ଚିଠି ଲେଖିଛନ୍ତି । ମହେନ୍ଦ୍ର ସିଂ ଧୋନି ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଧୋନି ଟ୍ୱ୍ୱିଟ୍ କରି ଲେଖିଛନ୍ତି, ‘ଜଣେ କଳାକାର, ଯବାନ ଏବଂ କ୍ରୀଡ଼ାବିତ୍ ସର୍ବଦା ପ୍ରଶଂସିତ ହେବାକୁ ଇଚ୍ଛା କରନ୍ତି । ସେମାନେ ·ହାଁନ୍ତି ଯେ ସମସ୍ତେ ସେମାନଙ୍କର ପରିଶ୍ରମ ଏବଂ ବଳିଦାନକୁ ଚିହ୍ନନ୍ତୁ । ମୋଦୀ ଏହା ପୂର୍ବରୁ ଲେଖିଥିଲେ ଯେ ନୂତନ ଭାରତର ଆତ୍ମା ଆପଣଙ୍କଠାରେ ପ୍ରତିଫଳିତ ହୋଇଛି । ଯେଉଁଠାରେ ଯୁବକଙ୍କ ଭାଗ୍ୟ ସେମାନଙ୍କ ପରିବାର ସ୍ଥିର କରେ ନାହିଁ, କିନ୍ତୁ ସେମାନେ ନିଜର ସ୍ଥାନ ଏବଂ ନାମ ହାସଲ କରନ୍ତି ।

Leave A Reply

Your email address will not be published.