ଜମିରୁ ପାଣି ନିଷ୍କାସନକୁ ନେଇ ଦୁଇ ଗ୍ରାମବାସୀ ମୁହାଁମୁହିଁ

0 68

ତଡ଼ାହେଲା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା

ଡେରାବିଶ : ଡ଼େରାବିଶ ବ୍ଳକ ଅନ୍ତର୍ଗତ ଦାନପୁର ପଂ·ୟତର କେଶରପୁର ଓ ଖରିଦାସାହି ଗହିରରୁ ବର୍ଷାପାଣି ନିଷ୍କାସନକୁ ନେଇ ଦୁଇ ଗ୍ରାମବାସୀ ମୁହାଁମୁହିଁ ହୋଇଥିବା ବେଳେ ଶେଷରେ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ତଡ଼ା ହୋଇଥିଲା । ଘଟଣାରୁ ପ୍ରକାଶଯେ ଉକ୍ତ ଗହିରରେ ଚଳିତ ଲଗାଣ ବର୍ଷାରେ ୪ରୁ ୫ଫୁଟ ପାଣି ଜମା ହୋଇରହିଛି । ·ଷୀ ଜମିରେ ରୋଇଥିବା ତଳିଘେରା ବୁଡ଼ି ରହିଥିବା ବେଳେ ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯିବାର ସମ୍ଭାବନା ଦେଖାଦେଇଛି । ତେବେ ଉଦ୍ବୃତ ବର୍ଷାପାଣି ଜମା ହୋଇଯିବା ଯୋଗୁ ·ଷୀ ଜମିରୁ ପାଣି ନିଷ୍କାସନ କରିବାକୁ ଡ୍ରେନେଜ୍କଟ୍ ବିଭାଗକୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା । ଏହି ପରିପ୍ରେକ୍ଷିରେ କିଛି ଆଗୁଆ·ଷୀ ଜମିରୁ ପାଣି ନିଷ୍କାସନ କରିବାକୁ ଉଦ୍ୟମ କରିବାକୁନେଇ ବିବାଦ ମୁଣ୍ଡ ଟେକିଥିଲା । ଫଳରେ ଏହି ପଂ·ୟତର ରଜାଙ୍ଗ ଓ କେଶରପୁର ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ରଜାଙ୍ଗ ଗ୍ରାମର କିଛି ·ଷୀ ପୂର୍ବରୁ ଥିବା ନୟନଜୋରି ତାଡ଼ି ଠିକ୍ ଢ଼ଙ୍ଗରେ ସୋଠ ପକାଇବାକୁ ଅଡ଼ିବସିଥିବା ବେଳେ କେଶରପୁର ଗ୍ରାମର ଲୋକମାନେ ଏହାକୁ ବିରୋଧ କରିଥିଲେ । ଫଳରେ ଘଟଣା ସ୍ଥଳରେ ଉଭୟ ଗ୍ରାମର ଗ୍ରାମବାସୀ ଜମା ହୋଇଯିବା ଯୋଗୁ ପରିସ୍ଥିତି ଉତେଜନାପୂର୍ଣ୍ଣ ଆଡ଼କୁ ଗତି କରିଥିଲା । ତେବେ ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଂଚି ଏଥିରେ ହସ୍ତକ୍ଷେପ କରିବାପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଜଳ ନିଷ୍କାସନର ସ୍ଥାୟୀ ସମାଧାନ କରାଯିବାକୁ ନେଇ କଟକ-·ନ୍ଦବାଲି ରାସ୍ତାର ସଲାରୋମଠ ଛକଠାରୁ ରଜାଙ୍ଗ ଯାଇଥିବା ଗ୍ରାମ୍ୟଉନ୍ନୟନ ରାସ୍ତାକୁ ତାଡ଼ି ଶୋଠ ପକାଇ ପାଣି ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଯଦି ଜଳ ନିଷ୍କାସନ ସମ୍ଭବ ନହୁଏ ତେବେ ପରବର୍ତି ଅବସ୍ଥାରେ ନୟନଜୋରି ପୋତି ପର୍ଯ୍ୟଟନ ବିଭାଗ କରିଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ର ରାସ୍ତାକୁ ତାଡ଼ି ପୁନଃର୍ବାର ଠିକ୍ ଢ଼ଙ୍ଗରେ ଶୋଠ ପକାଯିବ ବୋଲି ନିସ୍ପତି ହୋଇଥିଲା । କୌତୁହଳର ବିଷୟ କଟକ-·ନ୍ଦବାଲି ରାସ୍ତା ପ୍ରଶସ୍ତିକରଣ ସମୟରେ ଠିକାସଂସ୍ଥା ଠିକ୍ ଢ଼ଙ୍ଗରେ ଶୋଠ ନପାକାଇବା ଓ ରାସ୍ତାକଡ଼ରେ ଥିବା ନୟନଜୋରି ପୁନଃରୁଦ୍ଧାର ନହେବାଯୋଗୁ ଅଂଚଳର ·ଷଜମିରୁ ପାଣି ନିଷ୍କାସନ ହୋଇପାରୁନାହିଁ । ଫଳରେ ·ଷୀ ·ଷକାର୍ଯ୍ୟ କରିବାପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛି ।

Leave A Reply

Your email address will not be published.