ପୁଣି ଭାରତକୁ ପରମାଣୁ ଆକ୍ରମଣର ଧମକ ଦେଲା ପାକିସ୍ତାନ

0 80

ଇସଲାମାବାଦ: ପୁଣି ପରମାଣୁ ଆକ୍ରମଣର ଧମକ ଦେଲା ପାକିସ୍ତାନ(Pakistan) । ନିଜ ବୟାନ ଯୋଗୁଁ ସର୍ବଦା ଚର୍ଚ୍ଚା ରହି ଆସୁଥିବା ପାକିସ୍ତାନର ରେଳମନ୍ତ୍ରୀ(Pakistan Railway Minister) ଶେଖ ରସିଦ୍(Sheikh Rashid) ଭାରତ ବିରୋଧରେ ପରମାଣୁ ବୋମା(Nuclear Bomb) ବ୍ୟବହାର କରିବାକୁ ଧମକ ଦେଇଛନ୍ତି । ଭାରତ ସହ ତିକ୍ତତା ଉପରେ ରସିଦ ସିଧାସଳଖ ଦାବି କରିଛନ୍ତି ଯେ ପାକିସ୍ତାନ ନିଜର ଅସ୍ତ୍ର ପ୍ରସ୍ତୁତ କରି ରଖିଛି ଏବଂ ଯଦି ଭାରତ ଆକ୍ରମଣ କରେ ତେବେ ପାରମ୍ପାରିକ ଯୁଦ୍ଧ ହେବ ନାହିଁ, ସିଧା ପରମାଣୁ ପରମାଣୁ ଆକ୍ରମଣ ହେବ । ଯେଉଁଥିରେ ଆସାମ ଯାଏ ଟାର୍ଗେଟ କରାଯାଇପାରିବ । ଇମ୍ରାନ ଖାନ ସରକାର(Imran Khan Govt)ଙ୍କ ମନ୍ତ୍ରୀ କହିଛନ୍ତି ଯେ, ମୁସଲମାନଙ୍କ ଜୀବନ ରକ୍ଷା କରି ଆସାମ ପର୍ଯ୍ୟନ୍ତ ଟାର୍ଗେଟ କରିପାରିବ । ଏହା ପ୍ରଥମ ଥର ନୁହେଁ ଯେ ରସିଦ ଏଭଳି ମନ୍ତବ୍ୟ ଦେଇଛନ୍ତି । ଏହା ପୂର୍ବରୁ ମଧ୍ୟ ସେ ଏପରି ବୟାନ ଦେଇସାରିଛନ୍ତି ।

ଏକ ଟିଭି ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ବିଶ୍ୱ ରାଜନୀତିର ସମୀକରଣ ବିଷୟରେ ରସିଦ୍ କହିଛନ୍ତି ଯେ ଆଜି ଚୀନ୍ ଆମେରିକା, ଅଷ୍ଟ୍ରେଲିଆ, କାନାଡା ଏବଂ ବ୍ରିଟେନ ବିରୁଦ୍ଧରେ ଛିଡା ହୋଇଛି । ଅନ୍ୟପକ୍ଷେ ନିଜର ନୂତନ ବନ୍ଧୁ ନେପାଳ, ଶ୍ରୀଲଙ୍କା, ଇରାନ ଏବଂ ଋଷ ସହିତ ଏକ ନୂତନ ବ୍ଲକ ଗଠନ କରୁଛି ।  ଏଭଳି ପରିସ୍ଥିତିରେ ପାକିସ୍ତାନ ଚୀନ୍ ସହିତ ଛିଡା ହେବା ଉଚିତ୍ ।

Leave A Reply

Your email address will not be published.