ଯୁକ୍ତ ଦୁଇ ନାମଲେଖା ଆବେଦନ

0 66

ସେପ୍ଟେମ୍ବର ୪ ଆବେଦନ ଶେଷ, ୯ରେ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ୍

ଭୁବନେଶ୍ୱର: ଆଜି ଦିନ ୧୧ଟା ସମୟରୁ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ପାଠ୍ୟକ୍ରମର ପ୍ରଥମ ବର୍ଷରେ ନାମଲେଖିବା ପାଇଁ ଆବେଦନ କରିହେବ । ଛାତ୍ରଛାତ୍ରୀମାନେ www.samsodisha.gov.in ରେ ଥିବା କମନ୍‌ ଆପ୍ଲିକେସନ୍‌ ଫର୍ମ ବା କ୍ୟାଫ୍‌ ପୂରଣ କରି ଅନଲାଇନରେ ଆବେଦନ କରିବେ । ସେପ୍ଟେମ୍ବର ୪ ତାରିଖ ରାତି ୧୧ଟା ୪୫ ସୁଦ୍ଧା ଆବେଦନ କରିହେବ ।

ସେହିପରି ସେପ୍ଟେମ୍ବର ୯ ତାରିଖ ଦିନ ୧୧ଟା ବେଳେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା (ମେରିଟ୍‌ ଲିଷ୍ଟ୍‌) ବାହାରିବ। ପ୍ରଥମ ମେଧା ତାଲିକାରେ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ସେପ୍ଟେମ୍ବର ୧୧ରୁ ଆରମ୍ଭ ହୋଇ ୧୮ ତାରିଖରେ ସରିବ । ସେପ୍ଟେମ୍ବର ୧୧ ତାରିଖରୁ ୧୯ ତାରିଖ ମଧ୍ୟରେ ପ୍ରଥମ ଚୟନରେ ନାମ ଲେଖିଥିବା ଛାତ୍ରଛାତ୍ରୀ ସ୍ଲାଇଡ୍‌ ଅପ୍‌ ଅନୁରୋଧ ବା ଖାଲି ସିଟ୍‌ ଥିବା ଉନ୍ନତ ଧରଣର କଲେଜକୁ ବଦଳି ଆବେଦନ କରିପାରିବେ । ସେପ୍ଟେମ୍ବର ୨୩ରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ । ଦ୍ୱିତୀୟ ମେଧା ତାଲିକାରେ ଚୟନ ହୋଇଥିବା ଛାତ୍ରଛାତ୍ରୀ ସେପ୍ଟେମ୍ବର ୨୪ରୁ ୨୮ ତାରିଖ ମଧ୍ୟରେ ନାମ ଲେଖିପାରିବେ । ଅକ୍ଟୋବର ୧ରେ ସ୍ପଟ୍‌ ନାମଲେଖା ମେଧା ତାଲିକା ପ୍ରକାଶିତ ହେବ । ସ୍ପଟ୍‌ ନାମଲେଖା ପାଇଁ ଛାତ୍ରଛାତ୍ରୀ ଅକ୍ଟୋବର ୧ରୁ ୩ ମଧ୍ୟରେ ଆବେଦନ କରିପାରିବେ । ୩ ତାରିଖ ଅପରାହ୍ନ ୫ଟାରେ ସ୍ପଟ୍‌ ନାମଲେଖାର ଚୂଡ଼ାନ୍ତ ତାଲିକା ପ୍ରକାଶିତ ହେବ । ଯାହାର ନାମଲେଖା ଅକ୍ଟୋବର ୫ରେ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.