ପୁରୀରେ ପୁଣି ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା

0 77

ପୁରୀ : ମାର୍ଚ୍ଚ ମାସରେ ବନ୍ଦ ରହିଥିବା ଉଚ୍ଛେଦ ପ୍ରକ୍ରିୟା ପୁଣି ଶୁକ୍ରବାର ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଐତିହ୍ୟ କରିଡର ପରିସରରୁ ପୁଣି ଉଚ୍ଛେଦ କାର୍ଯ୍ୟ ଆଜିଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି।ଉପଜିଲାପାଳଙ୍କ ନେତୃତ୍ୱରେ ଏହି ଉଚ୍ଛେଦ କାର୍ଯ୍ୟ ବାସେଳିସାହି ମୌଜାରୁ କରାଯାଉଛି । ୭୫ ମିଟର ପରିଧି ଭିତରେ ରହିଥିବା ବାସେଳିସାହିର ଘରୋଇ କୋଠାକୁ ଭଙ୍ଗା ଯାଉଛି। ତେବେ ଏ ନେଇ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବେଳେ ୨ଟି ଡ୍ରୋଜର ଲଗାଯାଇଛି । ତେବେ ଉଚ୍ଛେଦ ଗଳି ଭିତରୁ କରାଯାଉଥିବାରୁ ଆଗ ଭାଇବ୍ରେଟର ଲଗାଯାଇ ଛାତକୁ କଣା କରାଯାଉଥିବା ସହ ତା ପରେ କୋଠାକୁ ଭଙ୍ଗା ଯିବ ବୋଲି ସୂଚନା ଦେଇଛନ୍ତି ଉପ ଜିଲାପାଳ। ସେପଟେ ଶ୍ରୀମନ୍ଦିର ସୁରକ୍ଷା ବଳୟ ୭୫ ମିଟର ପରିଧିକୁ ନେଇ ଶ୍ରୀମନ୍ଦିର ଚର୍ତୁଃପାର୍ଶ୍ବର ୬୦ ଭାଗ ଉଛେଦ ସରିଥିବା ବେଳେ କରୋନାକୁ ନେଇ କାର୍ଯ୍ୟ ବନ୍ଦ ରହିଥିଲା  । ହେଲେ ଏବେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ପୁଣି ଉଛେଦ ଆରମ୍ଭ ପ୍ରକ୍ରିୟା  କରାଯାଇଛି  ।

Leave A Reply

Your email address will not be published.