ଦେଶରେ ଦିନକରେ ୯୮୩ ଜଣଙ୍କ କରୋନାରେ ମୃତ୍ୟୁବରଣ

0 60

ନୂଆଦିଲ୍ଲୀ : ଦେଶରେ ଦିନକରେ ୯୮୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି। ଏହାସହିତ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୪ ହଜାର ୮୪୯ରେ ପହଞ୍ଚିଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ଲକ୍ଷ ୫ ହଜାର ୮୨୪କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ସର୍ବାଧିକ ୨୧ ହଜାର ୩୫୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିଭଳି ଏପର୍ଯ୍ୟନ୍ତ ତାମିଲନାଡୁରୁ ୬୧୩୯ ଜଣ, କର୍ଣ୍ଣାଟକ ୪୪୨୯ ଜଣ ଏବଂ ଦିଲ୍ଲୀରେ ୪୨୫୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ତେବେ ୬ ଲକ୍ଷ ୯୨ ହଜାର ୨୮ଟି ଆକ୍ଟିଭ କେସ୍ ରହିଛି। ୨୧ ଲକ୍ଷ ୫୮ ହଜାର ୯୪୬ଜଣ କରୋନାରୁ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.