ମଦ ବାର, ସପିଙ୍ଗ୍ ମଲ୍ ଖୋଲାଯାଉଥିବା ବେଳେ ମନ୍ଦିର କାହିଁକି ଖୋଲାଯିବନି: ସୁପ୍ରିମକୋର୍ଟ

0 70

ନୂଆଦିଲ୍ଲୀ: ଜୈନ ସମ୍ପ୍ରଦାୟର ପ୍ୟାରୀଶନ ପର୍ବ ଅବସରରେ ମହାରାଷ୍ଟ୍ର ସରକାରଙ୍କ ମନ୍ଦିର ଖୋଲିବାକୁ ଅନୁମତି ନ ଦେବାରୁ ଏହା ବିରୁଦ୍ଧରେ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା ଏହି ଆବେଦନ ଉପରେ ଶୁଣାଣି ବେଳେ ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ କଡା ପ୍ରଶ୍ନ ପ·ରିଛନ୍ତି । ମହାରାଷ୍ଟ୍ର ସରକାରଙ୍କ ମନୋଭାବ ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । ଭାରତର ପ୍ରଧାନ ବି·ରପତି (ସିଜେଇ) ମହାରାଷ୍ଟ୍ର ସରକାରଙ୍କୁ କହିଛନ୍ତି ଯେ ଆପଣ ମଲ୍, ବଜାର, ମଦ ଦୋକାନକୁ ଖୋଲା ରଖିବାକୁ ଅନୁମତି ଦେଉଛନ୍ତି କାରଣ ଆୟ ସେଠାରୁ ଆସିଥାଏ, କିନ୍ତୁ ଧାର୍ମିକ କାରଣରୁ ମନ୍ଦିରକୁ ଯିବା ପାଇଁ ସମୟ ଆସିଲେ ଆପଣ କରୋନାକୁ କାରଣ ଭାବେ ଦର୍ଶାଇ ମନ୍ଦିର ଦର୍ଶନ କରିବାକୁ ଅନୁମତି ଦେଉନାହାଁନ୍ତି । କରୋନାକୁ କାରଣ ଦର୍ଶାଇ ଆପଣ ମନ୍ଦିରକୁ ମଧ୍ୟ ଖୋଲାଇ ଦେଉନାହାଁନ୍ତି । ୨୨-୨୩ ଅଗଷ୍ଟରେ ଶ୍ୱେତାମ୍ବର ମୂର୍ତ୍ତିପୂଜକ ଜୈନ ଟ୍ରଷ୍ଟ ଦ୍ୱାରା ନିୟନ୍ତ୍ରିତ ୩ ଟି ମନ୍ଦିର ଖୋଲିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି । ତେବେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଏହି ଆଦେଶକୁ ଅନ୍ୟ ଧାର୍ମିକ ପ୍ରସଙ୍ଗରେ ଉଦାହରଣ ଭାବରେ ଦେଖାଯିବା ଉଚିତ ନୁହେଁ । ପ୍ରକୃତରେ, ଅଗଷ୍ଟ ୧୫ ରୁ ୨୩ ପର୍ଯ୍ୟନ୍ତ ଜୈନ ସମ୍ପ୍ରଦାୟର ପ୍ୟାରୀଶନ ପର୍ବ ଅବସରରେ ମନ୍ଦିର ଖୋଲିବାକୁ ଅନୁମତି ମାଗିଥିଲେ କିନ୍ତୁ ମହାରାଷ୍ଟ୍ର ସରକାର ଏହାକୁ ମନା କରିଦେଇଥିଲେ । ରାଜ୍ୟ ସରକାର କହିଛନ୍ତି ଯେ ଏହା କରୋନା ଜୀବାଣୁ ସଂକ୍ରମଣକୁ ବିସ୍ତାର କରିପାରେ, ଏହା ଦ୍ୱାରା ଲୋକଙ୍କ ଜୀବନକୁ ମଧ୍ୟ କ୍ଷତି ପହଁଞ୍ଚିପାରେ । ଏହି ପ୍ରସଙ୍ଗରେ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା । ଏକ ସମୟରେ କେବଳ ୧୦ ରୁ ୨୦ ଲୋକଙ୍କୁ ଅନୁମତି ଦେବାକୁ ବି·ର କରିବାକୁ କୋର୍ଟଙ୍କୁ ଅନୁରୋଧ କରାଯାଇଥିଲା । ଆଡଭୋକେଟ୍ ଶାହା କହିଛନ୍ତି ଯେ ମନ୍ଦିରର ଟ୍ରଷ୍ଟ କମିଟି ଏହା ନିଶ୍ଚିତ କରିବ ଯେ ୨୦ ରୁ ଅଧିକ ଲୋକ ପ୍ରବେଶ କରିବେ ନାହିଁ । ତେବେ ବମ୍ବେ କୋର୍ଟ ଏହି ମାମଲାର ଶୁଣାଣି କରି କହିଥିଲେ ଯେ ଆମେ ବର୍ତ୍ତମାନ ଏଭଳି ସମୟରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ·ହୁଁନାହୁଁ । ବେଞ୍ଚ କହିଛନ୍ତି ଯେ ଆମେ ସମସ୍ତ ସମ୍ପ୍ରଦାୟର ଭାବବେଗକୁ ସମ୍ମାନ ଦେଉଛୁ ୟ ଆମେ ଆପଣଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ୟ ଏହା କହ କୋର୍ଟ ଏହି ମାମଲାକୁ ଖାରଜ କରିଦେଇଥିଲେ ପରେ ଜୈନ ସମ୍ପ୍ରଦାୟ ପକ୍ଷରୁ ଏହି ମାମଲାକୁ ସୁପ୍ରିମକୋର୍ଟରେ ଉପସ୍ଥାପନା କରାଯାଇଥିଲା ।

Leave A Reply

Your email address will not be published.